/odishatv-khabar/media/post_attachments/uploadimage/library/16_9/16_9_0/YOGI_1626505482.jpg)
YOGI
ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା।
ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବା ଲାଗି ଏକ କମିଟି ଗଠନ କରିଛନ୍ତି। ସେହିପରି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
୨୦୧୫ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଉତ୍ତର ପ୍ରଦେଶ ସେତୁ ନିଗମ ଏହାର ନିର୍ମାଣ କରୁଥିବା ବେଳେ ଏହାର ଡିଜାଇନକୁ ନେଇ ପୂର୍ବରୁ ସନ୍ଦେହ ପ୍ରକାଶ ପାଇଥିଲାଯ। ଏପରିକି ରାସ୍ତାରେ ଟ୍ରାଫିକ୍ ଅଟକା ନଯାଇ ୨୫ ଫୁଟର ସ୍ଲାବ୍ ପକାଯାଉଥିଲା ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)