Advertisment

ଚାଷୀଙ୍କ ଝିଅ ରଚିଲେ ଇତିହାସ

ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]

author-image
Otv Khabar Bureau
ଚାଷୀଙ୍କ ଝିଅ ରଚିଲେ ଇତିହାସ

tapasya parihar

ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି।

Advertisment

tapasya parihar

ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି ତପସ୍ୟାଙ୍କୁ ପାଠ ପଢ଼େଇଛନ୍ତି। ତପସ୍ୟା ନରସିଂହଗଡ଼ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସ୍କୁଲ ପାଠପଢ଼ା ସାରି ପୁଣେର ଇଣ୍ଡିଆ ଲ’ ସୋସାଇଟିଜ୍‌ ଲ’ କଲେଜ୍‌ରୁ ଲ’ ପଢ଼ିଥିଲେ। ଏହାପରେ ୟୁପିଏସ୍‌ସିର ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲି ଆସିଥିଲେ।

publive-image

ୟୁପିଏସ୍‌ସି ପରୀକ୍ଷାରେ ସଫଳତାର ଶ୍ରେୟ ସେ ତାଙ୍କ ବାପା-ମାଆଙ୍କୁ ଦେଇଛନ୍ତି। ‘ପରିବାରରେ ସମସ୍ତେ ତାଙ୍କୁ ସମର୍ଥନ କରିଛନ୍ତି। କେବେ ବି ପାଠପଢ଼ା ପାଇଁ ତାଙ୍କୁ ମନା କରି ନାହାନ୍ତି। ସେମାନଙ୍କ ପାଇଁ ଆଜି ତାଙ୍କୁ ଏତେ ବଡ଼ ସଫଳତା ମିଳିପାରିଛି। ସେ କୌଣସି ଏକ୍ଟଟ୍ରା ଅଡ଼ିନାରି ଷ୍ଟୁଡେଣ୍ଟ ନୁହଁନ୍ତି। କିନ୍ତୁ ସେ କଠିନ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତି। ସେ ଯାହା ବି କିଛି ବିଷୟ ପଢ଼ନ୍ତି, କେବଳ ସେଥିରେ ହିଁ ପୂରା ଧ୍ୟାନ ଦିଅନ୍ତି ଓ ଏହା ହିଁ ହେଉଛି ତାଙ୍କ ସଫଳତାର ରାଜ୍‌ ବୋଲି ତପସ୍ୟା କହିଛନ୍ତି।

Advertisment

publive-image

ୟୁପିଏସ୍‌ ସି  ସିଭିଲ୍‌ ସେବା ପରୀକ୍ଷାରେ ଏଥର ଟପ୍‌ କରିଛନ୍ତି ହାଇଦ୍ରାବାଦ୍‌ର ଅନୁଦୀପ୍‌ ଦୁରୀ ସେଟ୍ଟୀ।

UPSC Tapasya Parihar
Advertisment
Advertisment