Advertisment

2019 ପୂର୍ବରୁ ବିଜେପିକୁ ବଡ଼ ଝଟକା: ୟୁପିର ୨ ଓ ବିହାରରେ ଗୋଟିଏ ଲୋକସଭା ଆସନରେ ହାରିଲା ଦଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]

author-image
Otv Khabar Bureau
2019 ପୂର୍ବରୁ ବିଜେପିକୁ ବଡ଼ ଝଟକା: ୟୁପିର ୨ ଓ ବିହାରରେ ଗୋଟିଏ ଲୋକସଭା ଆସନରେ ହାରିଲା ଦଳ

BJP

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି।

Advertisment

ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା ଆସନ ମଧ୍ୟ ଆରଜେଡି ହାତକୁ ଯାଇଛି।

ଉଭୟ ରାଜ୍ୟରେ ବିଜେପି ଶାସନରେ ଥାଇ ବି ପରାଜୟର ମୁହଁ ଦେଖିଛି। ଏପଟେ ଉତ୍ତର ପ୍ରଦେଶର ବିଜେପିକୁ ରୋକିବାକୁ ଯାଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଏସପି ଓ ବିଏସପି ହାତ ମିଳାଇଥିବାରୁ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି ହୋଇଛି।

Advertisment

ଗତକାଲି ମେଣ୍ଟର ବିଜୟ ପରେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏହାର ସମୀକ୍ଷା କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏପଟେ ସାଧାରଣ ନିର୍ବାଚନ ପୂର୍ବରୁ ଉପନିର୍ବାଚନର ଏ ଫଳାଫଳର ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଅଡୁଆରେ ପକାଇବା ସହ ସତର୍କ ବାଣୀ ଶୁଣାଇଛି। ଉପନିର୍ବାଚନରେ ଦଳ କାହିଁକି ହାରିଲା ବିଜେପି ଏବେ ତାର କାରଣ ଖୋଜୁଛି।

Uttar Pradesh BJP
Advertisment
Advertisment