Advertisment

ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି। ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, […]

author-image
Otv Khabar Bureau
ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

imfa--1

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି।

Advertisment

ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ପାଣ୍ଡିଆନଙ୍କ ଘର ସାମ୍ନାରେ ଧାରଣା ଦେବାକୁ ଯାଉଥିବା ଜଣେ ମହିଳାଙ୍କୁ ପୋଲିସ ଅଟକ ରଖୁଛି। କିନ୍ତୁ ଏପଟେ ଇମ୍ଫାର ଶହ ଶହ କର୍ମଚାରୀଙ୍କୁ ଉତ୍ୟକ୍ତ ଆନ୍ଦୋଳନକାରୀ ଘେରି ରହିଥିବାବେଳେ ପୋଲିସ କିଛି ବି କରୁନି। ଫଳରେ ବହୁ ମହିଳା ଓ ଶିଶୁ ୪ ଦିନ ଧରି କାରଖାନା ଭିତରେ ଫସି ରହିଥିବା ବୈଜୟନ୍ତ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

Rayagada IMFA Odisha Assembly Police Inaction Pradeep Purohit
Advertisment
Advertisment