/odishatv-khabar/media/post_attachments/uploadimage/library/16_9/16_9_0/kuakhai_1626434038.jpg)
unmay padhi
ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଆଜି ଜେରା ପରେ ପୋଲିସ ଛାଡିଦେଇଛି। ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଲା ପୋଲିସ।
Advertisment
ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଉନ୍ମୟଙ୍କୁ ଜୀବନ୍ତ ପୋଡି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା।
ତେବେ ଏଯାଏ ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ସସ୍ପେନ୍ସ ଉଠାଇ ପାରିନାହିଁ। ଗତ ବୁଧବାର ଦିନ କୁଆଖାଇ ନଦୀ ପଠାରୁ ଉନ୍ମୟଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତବର୍ଷ ଚାନ୍ଦବାଲି ଅଞ୍ଚଳରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ଉନ୍ମୟଙ୍କୁ ଦେଖିବାକୁ ମିଳିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)