Advertisment

ଓଡ଼ିଶାରେ ଖୁବଶୀଘ୍ର ହେବ ଆଉ ୨ଟି ମେଡ଼ିକାଲ୍‌ କଲେଜ

ଭୁବନେଶ୍ୱର:  ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି ବା ମେଡିକାଲ୍‌ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍‌ସିଆଇର ତିନି ଜଣିଆ ଟିମ୍ […]

author-image
Otv Khabar Bureau
ଓଡ଼ିଶାରେ ଖୁବଶୀଘ୍ର ହେବ ଆଉ ୨ଟି ମେଡ଼ିକାଲ୍‌ କଲେଜ

medical students

ଭୁବନେଶ୍ୱର:  ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କଲେଜ।

Advertisment

ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି ବା ମେଡିକାଲ୍‌ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍‌ସିଆଇର ତିନି ଜଣିଆ ଟିମ୍ ମେଡିକାଲ୍‌ କଲେଜ ପରିଦର୍ଶନ କରି ଡିଏମ୍ଇଟିକୁ ରିପୋର୍ଟ ଦେଇଥିଲା।

ଏହାପରେ ମେଡିକାଲ୍‌ କଲେଜରେ ନାମ ଲେଖାଇବା ପାଇଁ ଗତ ୨୬ ତାରିଖରେ ଡିଏମ୍ଇଟି ସବୁଜ ସଙ୍କେତ ଦେଇଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି। ଆସନ୍ତା ମେ ମାସ ସୁଦ୍ଧା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲେଟର ଅଫ୍ ପରମିଶନ ମିଳିବା ପରେ ନାମଲେଖା ଆରମ୍ଭ ହେବ ବୋଲି ସରକାରୀ ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ସୂଚନା ଦେଇଛନ୍ତି।

Advertisment

ସେହିପରି ବଲାଙ୍ଗିରରେ ହେବାକୁ ଥିବା ସରକାରୀ ମେଡିକାଲ୍‌ କଲେଜକୁ ମଧ୍ୟ ଏମ୍‌ସିଆଇର ଟିମ୍ ଗ୍ରୀନ ସିଗନାଲ୍ ଦେଇଛନ୍ତି। ଗତ ୨୩ ତାରିଖରେ ତିନି ଜଣିଆ ଟିମ୍ ଏଠାକୁ ମଧ୍ୟ ଯାଇଥିବାବେଳେ କଲେଜ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଖୁସି ପ୍ରକଟ କରିଛନ୍ତି।

Odisha Balasore Medical Colllege Medical Colllege In Odisha
Advertisment
Advertisment