Advertisment

୨ ଜଣଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ: ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ଦେଲା ହାତୀ।  ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଆଜି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। […]

author-image
Otv Khabar Bureau
୨ ଜଣଙ୍କୁ ଦଳିଦେଲା ହାତୀ

two killed in jumbo attacks

ଢେଙ୍କାନାଳ: ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ଦେଲା ହାତୀ।  ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଆଜି ଦୁଇଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସେହିପରି ସଦର ଥାନା ଚାଉଳିଆ ଗାଁରେ ମଧ୍ୟ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ଚାଉଳିଆ ଗାଁର ଅଚ୍ୟୁତ ରାଉତ।

Advertisment
Dhenkanal Elephant Attack Jumbo Attacks
Advertisment
Advertisment