Advertisment

ଗୁରୁ ନାଁରେ କଳଙ୍କ

ଦେବଗଡ଼  : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ। ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ବର୍ଷ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ। ତେବେ ଗତକାଲି […]

author-image
Otv Khabar Bureau
ଗୁରୁ ନାଁରେ କଳଙ୍କ

thana

ଦେବଗଡ଼  : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ।

Advertisment

ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ବର୍ଷ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ।

ତେବେ ଗତକାଲି ଏହାକୁ ନେଇ ଦୁଇ ଜଣ ଅଭିଭାବକ ରବୀନ୍ଦ୍ରଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହା ପରେ ଥାନାରେ ଅଭିଯୋଗ କରିଥିଲେ ଅଭିଭାବକ। ପୁଲିସ୍‌ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ଗିରଫ କରିଛି।

Advertisment
Advertisment
Advertisment