/odishatv-khabar/media/post_attachments/uploadimage/library/16_9/16_9_0/2-1_1626693204.jpg)
2
ପାରାଦୀପ : ପୋଲରୁ ଖସି ନଦୀରେ ପଡିଲା ଟ୍ରକ୍। ପାରାଦୀପରେ ଘଟିଛି ଏହି ଦୁର୍ଘଟଣା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡେଇଠାରେ ପୋଲ ଉପରୁ ଟ୍ରକ୍ ମହାନଦୀରେ ଖସି ପଡ଼ିଛି। ଚଣ୍ଡିଖୋଲ ଅାଡକୁ ଯାଉଥିବାବେଳେ ଟ୍ରକଟି ପୋଲର ବାମ ପଟକୁ ମାଡି ଯାଇ ପାଣିକୁ ଖସି ପଡ଼ିଥିଲା ।
Advertisment
ଭାରସାମ୍ୟ ହରାଇ ଟ୍ରକ ଖସିପଡିଥିବା ସନ୍ଦେହ କରାଯାଉଛି। ଟ୍ରକଟି ବାମ ପଟକୁ ଏପରି ମାଡିଯାଇଛି ଯେ ପୋଲ ଉପରେ ଥିବା ଫୁଟ୍ ପାଥ୍ ଏବଂ ଏହାର ବାଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି । ଟ୍ରକ୍ ଓ ଏହାର ଡ୍ରାଇଭର ପାରାଦୀପ ଉଦୟବଟ ଅଞ୍ଚଳର ବୋଲି ଜଣାପଡିଛି।
ତେବେ ଏହି ଦୁର୍ଘଟଣା ପରେ ଡ୍ରାଇଭରଙ୍କ ପତ୍ତା ମିଳୁନାହିଁ। ସେପଟେ ଦୁର୍ଘଟଣାସ୍ଥଳରେ ପାରାଦୀପ ଲକ୍ ପୁଲିସ ପହଞ୍ଚି ଉଦ୍ଧାର ଲାଗି ଉଦ୍ୟମ ଜାରି ରଖିଛି। ଉଦ୍ଧାର କାର୍ଯ୍ୟରେ କୁଜଙ୍ଗ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)