/odishatv-khabar/media/post_attachments/uploadimage/library/16_9/16_9_0/sudarshan-sand-art_1626430760.jpg)
sudarshan sand art
ଭୁବନେଶ୍ୱର: ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
Tribute to one of the brightest star of Indian cinema #Sridevi . My SandArt at Puri beach in Odisha with message "We will miss you"
. #RIPSridevipic.twitter.com/NuMYnKWnO7— Sudarsan Pattnaik (@sudarsansand) February 25, 2018
ସେହିଭଳି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ପୁରୀ ଲାଇଟ ହାଉସ ନିକଟରେ ମାନସ ସାହୁ ସ୍ୟାଣ୍ଡ ପାର୍କରେ ଆଉ ଏକ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି। ଶିଳ୍ପୀ ମାନସ ସାହୁ ୧୦ ଫୁଟ ଉଚ୍ଚର ଏହି ବାଲୁକା କଳା ଜରିଆରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ଉଭୟଙ୍କ ବାଲୁକା କଳାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)