Advertisment

ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌

ସୋର: ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌। ଇଞ୍ଜିନ୍‌ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍।  ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା। ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା।  ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ […]

author-image
Otv Khabar Bureau
ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌

train

ସୋର: ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌। ଇଞ୍ଜିନ୍‌ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍।  ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା।

Advertisment

ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା।  ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ ଅଟକି ରହିଥିଲା।

train

ବାହାନଗାରୁ ଆଉ ଏକ ରେଳ ଇଞ୍ଜିନ ଯାଇ ଟ୍ରେନ୍ ଲାଇନରେ ଅଟକି ରହିଥିବା ବାକି ୱାଗନ୍କୁ ନେଇ ସମ୍ପୃକ୍ତ ମାଲବାହୀ ଟ୍ରେନରେ ଯୋଡିଥିଲା।

Advertisment

train

ସୂଚନାଥାଉ କି, ଗତ ୭ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଷ୍ଟେସନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍ ବିହୀନ ହୋଇ ୧୩ କିଲୋମିଟର ପଛକୁ ଗଡିଯିବା ଘଟଣାର କିଛିଦିନ ନପୂରୁଣୁ ପୁଣି ଏଭଳି ଘଟଣା ରେଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Balasore Train Goods Train Train Without Engine
Advertisment
Advertisment