/odishatv-khabar/media/post_attachments/uploadimage/library/16_9/16_9_0/fire_1626430847.jpg)
fire
ଯାଜପୁର/ଭୁବନେଶ୍ୱର : ଯାଜପୁର ଜିଲ୍ଲା ବାଣପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନିତ୍ୟାନନ୍ଦ ଜେନାଙ୍କ ୬ ବଖରା ପାଉଁଶ ହୋଇଯାଇଥିବା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅ ସ୍ମିତାରାଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଛାତ୍ରୀ ଜଣକ ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାର ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘର ଭିତରୁ ସ୍ମିତାରାଣୀଙ୍କ ଦର ପୋଡ଼ା ମୃତଦେହ ଉଦ୍ଧାର କରିଥିଲା। ଏହାକୁ ପରିବାରରେ ଶୋକର ଛାୟା ଖେଳି ଯାଇଛି।
ସେହିପରି ଭୁବନେଶ୍ୱରରେ ମଧ୍ୟ ଆଜି ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ରସୁଲଗଡ଼ ନିକଟ ବସ୍ତିରେ ଏହି ଅଗ୍ନିକାଣ୍ଡ ହୋଇଛି। ମିଳିଥିବା ଖବର ଅନୁସାରେ, ରସୁଲଗଡ଼ ଓଭରବ୍ରିଜ ନିକଟ ଦୁର୍ଗାପୁଜା ମଣ୍ଡପ ପଛରେ ଥିବା ବସ୍ତିରେ ଆଜି ଅପରାହ୍ନରେ ନିଆଁ ଲାଗିଥିଲା । ପ୍ରାୟ ୨୦ ବଖରା ଘର ଏଥିରେ ଜଳିଯାଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଦମକଳ ଗାଡ଼ି ନିୟୋଜିତ ଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି।
ଏପଟେ ପୁରୀରେ ମଧ୍ୟ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳିଯାଇଛି କଣ୍ଟ୍ରୋଲ ଦୋକାନ। ଦୋକାନ ଭିତରେ କିରାସିନି ଗଚ୍ଛିତ ଥିବାରୁ ନିଆଁ ଅଧିକ ମାତ୍ରାରେ ବ୍ୟାପୀ ଯାଇଥିଲା। ଶେଷ ରିପୋର୍ଟ ମିଳିବା ସୁଦ୍ଧା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲା ଦମକଳବାହିନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)