Advertisment

ଆଜି ଆର୍ଥ ଆୱାର ପାଳିବ ସାରା ବିଶ୍ୱ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା।  ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି।  ଚଳିତ ବର୍ଷ […]

author-image
Otv Khabar Bureau
ଆଜି ଆର୍ଥ ଆୱାର ପାଳିବ ସାରା ବିଶ୍ୱ

earth hour

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା।  ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ।

Advertisment

ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି।  ଚଳିତ ବର୍ଷ ଆର୍ଥ ଆୱାର ଥିମ୍ ରହିଛି ଲେଟ୍ ନେଚର୍ ସାଇନ୍

ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା WWF ସଂଗଠନ ପକ୍ଷରୁ ୨୦୦୭ ରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଏହି ଅଭିଯାନ ୨୦୦୮ରୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ୨୦୦୯ରେ ଭାରତ ଏହି ଅଭିଯାନରେ ସାମିଲ ହୋଇଥିଲା।  ରାଜ୍ୟ ଉପଭୋକ୍ତା ମହାସଂଘର ପକ୍ଷରୁ ମଧ୍ୟ ଏହାକୁ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।

Advertisment
Earth Hour
Advertisment
Advertisment