/odishatv-khabar/media/post_attachments/uploadimage/library/16_9/16_9_0/kalabaisakhi00_1626504108.jpg)
kalabaisakhi
ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ ଭାରତରେ ୧୩ଟି ରାଜ୍ୟରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ୧୩ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
Advertisment
ଝଡ଼ ତୋଫାନ ଆଶଙ୍କାକୁ ଦେଖି ହରିୟାଣାରେ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ କରାଯାଇଛି । ଆଜି ସକାଳେ ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳରେ ସକାଳୁ ବର୍ଷା ହୋଇଛି ।
ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ମଧ୍ୟ ଝଡ଼ ତୋଫାନର ଆଶଙ୍କା ଅଛି।ତେବେ ଗତ ବୁଧବାର ରାଜସ୍ଥାନ, ଉତ୍ତର ପ୍ରଦେଶରେ ହୋଇଥିବା ଧୂଳିଝଡ଼ ପରି ଏହା ଭୟଙ୍କର ହେବ ନାହିଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତଥାପି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)