Advertisment

ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ। ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ […]

author-image
Otv Khabar Bureau
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

app

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି ଆପ୍‌ ଆପଣଙ୍କୁ ସତର୍କ ସୂଚନା ଦେଇଦେବ।

Advertisment

ସୂଚନା ଅନୁସାରେ ପ୍ରତି ବର୍ଷ କର୍ଣ୍ଣାଟକରେ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ବିଜୁଳି ଘଡ଼ଘଡ଼ି ମାରିବା ଯୋଗୁଁହୋଇଥାଏ। ଗତ ୯ବର୍ଷରେ ବିଜୁଳି ଦ୍ୱାରା ମୃତ୍ୟୁ ସଂଖ୍ୟା ୬୨୫ବୋଲି କୁହାଯାଇଛି ଏବଂ ଏଥିରେ ଏହି ବର୍ଷ ଫେବ୍ରୁଆରୀ, ମାର୍ଚ୍ଚରେ ୧୯ଜଣ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରୁ ଲୋକଙ୍କୁ ଓ ଘରକୁ ରକ୍ଷା କରିବା ପାଇଁ କର୍ଣ୍ଣାଟକର ଷ୍ଟେଟ୍‌ ନାଚ୍ୟୁରାଲ୍‌ ଡିଜାଷ୍ଟର ମନିଟରିଂ ସେଣ୍ଟର (KSNDMC) ଓ ରେଭେନ୍ୟୁ ଡିପାର୍ଟମେଣ୍ଟ ଶୁକ୍ରବାର ଦିନ ଏକ ନୂଆ ମୋବାଇଲ୍‌ ଆପ୍‌ ‘ ସିଦିଲୁ’କୁ ଲଞ୍ଚ କରିଛନ୍ତି।

publive-imageକେମିତି ଏହି ଆପ୍‌ଟିକୁ ପାଇବେ –

ଏହି ନୂତନ ଆପ୍‌ଟିକୁ ଗୁଗଲ୍‌ ପ୍ଲେଷ୍ଟୋର ଓ ଆପଲ୍‌ ଷ୍ଟୋର୍‌ରୁ ମାଗଣାରେ ଡାଉନ୍‌ଲୋଡ୍ କରିପାରିବେ। ଏହି ଆପ୍‌ଟି ବିଜୁଳି ମାରିବାର ୪୫ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବ। ଏହି ସତର୍କ ସୂଚନା ନାଲି ରଙ୍ଗରେ ଲେଖା ହୋଇ ସ୍କ୍ରିନ୍‌ରେ ଆସିଲେ ୟୁଜର ଡେଞ୍ଜର ଜୋନ୍‌ରେ ଅଛନ୍ତି ବୋଲି ଲେଖା ଆସିବ ଏବଂ ଏଥିରୁ ଜଣାପଡିବ ଯେ ୧ ବର୍ଗ କିଲୋମିଟର ଅଞ୍ଚଳରେ ବିଜୁଳି ମାରିବାର ୯୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ଯେତେବେଳେ ନାରଙ୍ଗି ରଙ୍ଗର ସତର୍କ ସୂଚନା ଲେଖା ଆସିବ ତ ଜଣାଯିବ ଯେ ୫ ବର୍ଗ କିଲୋମିଟର ଅଞ୍ଚଳରେ ଓ ହଳଦିଆ ରଙ୍ଗର ଲେଖା ଆସିଲେ ୧୫ ବର୍ଗ କିଲେମିଟର ଅଞ୍ଚଳରେ  ବିଜୁଳି ମାରିବାର ସମ୍ଭାବନା ଅଛି ବୋଲି ଆପ୍‌ରୁ ଜଣାଯିବ। ଆଉ ଯଦି ସ୍କ୍ରିନ୍‌ରେ ଗ୍ରିନ୍‌ ପପ୍‌ ଅପ୍‌ ଆସେ, ଏହା ସୂଚାଇବ ଯେ ୟୁଜର ସଂପୃକ୍ତ ଅଞ୍ଚଳରେ ନିରାପଦରେ ଅଛନ୍ତି।

Advertisment

publive-imageKSNDMCର ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି, ଏହି ନୂତନ ଧରଣର ଆପ୍‌ଟିକୁ ୟୁଏସ୍‌ର ଏକ କମ୍ପାନୀ ‘ଅର୍ଥ ନେଟୱର୍କ’ ପ୍ରସ୍ତୁତ କରିଛି। ଏହି ଆପ୍‌ ଦ୍ୱାରା ଖାଲି ଯେ ସତର୍କ ସୂଚନା ଜଣାପଡିବ, ତାନୁହେଁ ଏହା ସହ ବିଜୁଳି ମାରିବାର ସମ୍ଭାବନା ବେଳେ କଣ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ, କଣ ନକରିବ ଏହା ମଧ୍ୟ ଆପ୍‌ ସୂଚାଇବ।

ଶ୍ରୀନିବାସ ରେଡ୍ଡୀ ଆଉ ମଧ୍ୟ କହିଛନ୍ତି, ‘ ୟୁଏସ୍‌ର ଏହି କମ୍ପାନୀ ରାଜ୍ୟର  ଭିନ୍ନ ଭିନ୍ନ ସ୍ଥାନରେ ଏମିତି ୧୦ଟି ଆପ୍‌ ସେଣ୍ଟର ସ୍ଥାପନ କରିଛି। ଯାହା ଦ୍ୱାରା ବିଜୁଳି ମାରିବାର ଘଟଣାକୁ ଟ୍ରାକ୍‌ କରାଯାଇପାରିବ। ଏହି ପ୍ରୋଜେକ୍ଟରେ ପ୍ରତି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ଆପ୍‌ ଏବେ ଆଫ୍ରିକା ଓ ଆମେରିକା ସହ ସମୁଦାୟ ୯୦ଟି ଦେଶରେ ବ୍ୟବହାର ହେଉଛି। ’

Lightning Strikes
Advertisment
Advertisment