/odishatv-khabar/media/post_attachments/uploadimage/library/16_9/16_9_0/heat-wave_1626503285.jpg)
heatwave
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଛି। ଏହା ଦ୍ୱାରା ଲୋକେ ଆଶ୍ୱସ୍ତ ହୋଇଛନ୍ତି। କେବଳ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବାକି ସବୁ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ କମିଛି।
Advertisment
ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ବର୍ଷା ପବନ ଯୋଗୁଁ ୫ ତାରିଖ ଯାଏଁ ସାରା ରାଜ୍ୟରେ ତାପମାତ୍ରା କମ୍ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
୬ ତାରିଖ ପରେ ପୁଣି ତାତି ବଢ଼ିବ। ତେବେ ୯ ତାରିଖରୁ ପୁଣି ତାତି କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)