/odishatv-khabar/media/post_attachments/uploadimage/library/16_9/16_9_0/teacher_1626430300.jpg)
teacher
ଭୁବନେଶ୍ୱର : ସରକାର-ଶିକ୍ଷକ ସଂଘ ମିଳିତ ମଞ୍ଚର ବୈଠକ ଶେଷ ହୋଇଛି । କିନ୍ତୁ କୌଣସି ସମାଧାନର ସୂତ୍ର ବାହାରିପାରିଲା ନାହିଁ । ତେବେ ସରକାରଙ୍କ ସହ ଅାଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଭାବେ ହୋଇଛି ।
ବୈଠକ ଶେଷରେ ମଞ୍ଚର ଅାବାହକ ଗୋଲକ ନାୟକ ସୂଚନା ଦେଇଛନ୍ତି ଯେ, କାଲି ସମାବେଶ ନକରି ପରୀକ୍ଷାରେ ସହଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କିନ୍ତୁ ଏନେଇ ନିଷ୍ପତ୍ତି ହୋଇ ନାହିଁ । ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଅାଯିବ ବୋଲି ସଂଘ ପକ୍ଷରୁ କୁହାଯାଛି । ଛୁଟି ସତ୍ତ୍ୱେ ବି ଅାଜି ସରକାର ଏବଂ ସଂଘର ସଦସ୍ୟଙ୍କ ମଧ୍ୟରେ ଅାଲୋଚନା ହୋଇଥିଲା । ସଚିବାଳୟରେ ଉଚ୍ଚଶିକ୍ଷା, ଗଣ ଶିକ୍ଷାମନ୍ତ୍ରୀ ଓ ୨ ବିଭାଗର ସଚିବଙ୍କ ସହ ସଂଘର ପ୍ରତିନିଧି ଅାଲୋଚନା କରିଥିଲ ।
ନିଯୁକ୍ତି ସଂପର୍କିତ ସତ୍ୟପାଠ ଉଚ୍ଛେଦ ଦାବିରେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ୧୨ ଦିନ ହେଲାଣି ଅାନ୍ଦୋଳନରେ ବସିଛି ମିଳିିତ ମଞ୍ଚ। ଗତ ଶୁକ୍ରବାର ବି ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ମଧ୍ୟରେ ସଚିବାଳୟରେ ପାଖାପାଖି ଘଣ୍ଟାଏ ଧରି ଅାଲୋଚନା ହୋଇଥିଲାା ତଥାପି କୌଣସି ନିଷ୍କର୍ସ ବାହାରି ପାରିନଥିଲାା ଯାହାଫଳରେ ଅାସନ୍ତାକାଲି ରାଜଧାନୀରେ ମହସମାବେଶ କରିବାକୁ ମଞ୍ଚ ଚେତାବନୀ ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)