Advertisment

ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ

ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି […]

author-image
Otv Khabar Bureau
ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ

badri narayana patra

ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

Advertisment

ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ।

ସେପଟେ ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ କରି ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚର ଧାରଣା ଆଜିକୁ ମିଶାଇ ୧୦ମ ଦିନରେ ପହଞ୍ଚିଛି। ସରକାରଙ୍କ ସବୁ ଧମକ ସତ୍ତ୍ୱେ ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ।

Advertisment
Teachers Agitation Plus 2 Evaluation
Advertisment
Advertisment