Advertisment

ଗୁରୁ ନାଁରେ କଳଙ୍କ

ରାୟଗଡ଼ା : ରାୟଗଡ଼ାର ଏକ ଘରୋଇ ସ୍କୁଲରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସଂପୃକ୍ତ ଶିକ୍ଷକଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅାଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦୋଷୀ ଶିକ୍ଷକ ହେଲେ ସେହି ସ୍କୁଲର ଏମ. ଉଦୟ କୁମାର। ଛାତ୍ରକୁ ଏକୁଟିଅା ପାଇ ଶିକ୍ଷକ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଛାତ୍ରର ଦେହ […]

author-image
Otv Khabar Bureau
ଗୁରୁ ନାଁରେ କଳଙ୍କ

court

ରାୟଗଡ଼ା : ରାୟଗଡ଼ାର ଏକ ଘରୋଇ ସ୍କୁଲରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସଂପୃକ୍ତ ଶିକ୍ଷକଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅାଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

Advertisment

ଦୋଷୀ ଶିକ୍ଷକ ହେଲେ ସେହି ସ୍କୁଲର ଏମ. ଉଦୟ କୁମାର। ଛାତ୍ରକୁ ଏକୁଟିଅା ପାଇ ଶିକ୍ଷକ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଛାତ୍ରର ଦେହ ଖରାପ ହେବାରୁ ପିଲାଟିର ପରିବାର ତାଙ୍କୁ ବିଶାଖାପାଟଣା ହସ୍ପିଟାଲ ନେଇଥିଲେ। ହସ୍‌ପିଟାଲରେ ପିଲାଟି ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଥିଲା।

ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ପିଲାଟିର ପରିବାର ଗତ ୨୦୧୭ ଜୁଲାଇରେ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଥିଲେ। ଏହି ମାମଲାରେ କୋର୍ଟ ସଂପୃକ୍ତ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିଛନ୍ତି।

Advertisment
Advertisment
Advertisment