Advertisment

ରହସ୍ୟ ଘେରରେ ବାଙ୍କୀ ଶିଶୁପୁତ୍ରର ମୃତ୍ୟୁ!

ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍‌ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦୃଷ୍ଟିଗୋଚର ହୋଇନି। ତେବେ ତାର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ […]

author-image
Otv Khabar Bureau
ରହସ୍ୟ ଘେରରେ ବାଙ୍କୀ ଶିଶୁପୁତ୍ରର ମୃତ୍ୟୁ!

banki

ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍‌ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି।

Advertisment

ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦୃଷ୍ଟିଗୋଚର ହୋଇନି। ତେବେ ତାର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ ଥିବା ଡାକ୍ତର କହିଛନ୍ତି। ସେପଟେ ମାଙ୍କଡ଼ ଯଦି ଘୋଡେଇ ହୋଇଥିବା ଅବସ୍ଥାରେ ଛୁଆଟିକୁ ନେଇଥାଏ ତେବେ ନଖ ଦାଗ କିମ୍ବା ଖଣ୍ଡିଆ ଖାବରା ହୋଇନଥାଇ ପାରେ ବୋଲି କହିଛନ୍ତି ଡାକ୍ତର।

ଶନିବାର ସକାଳେ ତାଳବସ୍ତ ଗାଁର ରାମକୃଷ୍ଣ ନାୟକଙ୍କ ଘର ଭିତରୁ ତାଙ୍କର ୧୫ ଦିନର ଶିଶୁପୁତ୍ରକୁ ଏକ ମାଙ୍କଡ଼ ଉଠାଇ ନେଇଥିଲା। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ବେଳେ ତା ମା ଦେଖିଥିବା କହିଥିଲେ। ଏହାପରେ ଶିଶୁଟିକୁ ଉଦ୍ଧାର ପାଇଁ ଦିନ ତମାମ ବନ ବିଭାଗ କର୍ମଚାରୀ ସର୍ଚ୍ଚ ଅପରେସନ ଚଳାଇଥିଲେ ବି ଉଦ୍ଧାର କରାଯାଇ ପାରିନଥିଲା। ରବିବାର ସକାଳେ ଘର ପଛପଟେ ଥିବା କୂଅରୁ ମିଳିଥିଲା ଶିଶୁର ମୃତଦେହ।

Advertisment
Odisha New Born Baby Monkey Steals Baby Monkey Steals New Born Baby
Advertisment
Advertisment