/odishatv-khabar/media/post_attachments/uploadimage/library/16_9/16_9_0/operation_1626500407.jpg)
operation
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି। ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି।
Advertisment
ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତାଙ୍କ ଗୋଡରେ ଅପରେସନ କରିଛନ୍ତି।
ସଂପୃକ୍ତ ୱାର୍ଡରେ ବିଜେନ୍ଦ୍ର ନାମରେ ଆଉଜଣେ ରୋଗୀ ଗୋଡରେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ରୋଗୀଙ୍କ ପରିଚୟ ଜାଣି ନ ପାରି ଡାକ୍ତର ଜଣଙ୍କ ଅପରେସନ୍ କରିଥିବା ଜଣାପଡିଛି।
Advertisment
ଟ୍ରମା ସେଣ୍ଟରର ଅଧ୍ୟକ୍ଷ ଏକ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂପୃକ୍ତ ଡାକ୍ତରଙ୍କୁ ଅପରେସନ କରିବା ଉପରେ କଟକଣା ଜାରି ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)