/odishatv-khabar/media/post_attachments/uploadimage/library/16_9/16_9_0/surat-1_1626499661.jpg)
surat
ସୁରଟ: ସୁରଟ୍ର ପାଣ୍ଡେସରା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ସୁରାକ୍। ନାବାଳିକା ଜଣକ ଓଡ଼ିଶାର ନୁହଁନ୍ତି ବରଂ ଆନ୍ଧ୍ରର ବୋଲି ଜଣାପଡ଼ିଛି।
Advertisment
ଗତ ଅକ୍ଟୋବର ମାସରୁ ନାବାଳିକା ଜଣକ ନିଖୋଜ ଥିଲେ। ମୃତ ନାବାଳିକାର ବାପା-ମା ସୁରଟରେ ପହଞ୍ଚିଛନ୍ତି। ତେବେ ପରିଚୟ ସ୍ପଷ୍ଟ କରିବା ଲାଗି ସେମାନଙ୍କ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ସୁରଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି।
ଗତ ୬ତାରିଖରେ ସୁରଟର ଓଡ଼ିଆ ବହୁଳ ପାଣ୍ଡେସରା ଭେସ୍ତାନ ଅଞ୍ଚଳରୁ ୧୧ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ତାକୁ ଦୁଷ୍କର୍ମ ପରେ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମରୁ ରିପୋର୍ଟରୁ ଜଣାପଡ଼ିଥିଲା।
Advertisment
ପୀଡ଼ିତା ଦେହରେ ୮୬ଟି କ୍ଷତ ଚିହ୍ନ ରହିଥିଲା। ତେବେ ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିବାରୁ ନାବାଳିକା ଓଡ଼ିଶାର ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରିଥିଲା। ନାବାଳିକାର ପରିଚୟ ଜାଣିବା ଓ ତଦନ୍ତରେ ସହଯୋଗ ଲାଗି ଗୁଜରାଟ ପୋଲିସ ଓଡ଼ିଶା ପୋଲିସର ସହଯୋଗ ମଧ୍ୟ ଲୋଡ଼ିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)