Advertisment

ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ।  ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ୍. ଖାନଓ୍ୱିଲକର ଏବଂ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ  ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା […]

author-image
Otv Khabar Bureau
ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

sc

ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ।  ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ୍. ଖାନଓ୍ୱିଲକର ଏବଂ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ  ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ଲାଗି ସବୁ ରାଜ୍ୟର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଯଦ୍ୱାରା ତଦନ୍ତ ତ୍ୱରାନ୍ୱିତ ହେବା ସହ ସାକ୍ଷୀଙ୍କୁ ନିର୍ଦ୍ଦାରିତ ତାରିଖରେ ହାଜର କରାଯାଇପାରିବ।  ସାରା ଦେଶରେ ପୋକ୍ସୋ ଆଇନ ଅଧୀନରେ ୧ ଲକ୍ଷ, ୧୨, ୬୨୮ ମାମଲାର ବିଚାର ନ ହୋଇ ପଡି ରହିଥିବା ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସବୁଠାରୁ ଅଧିକ  ଉତ୍ତରପ୍ରଦେଶରେ  ୩୦ ହଜାର ୮୮୩ଟି ମାମଲା ଥିବା ବେଳେ ଓଡ଼ିଶାରେ ୬ ହଜାର ୮ ୪୯ଟି ମାମଲା ବିଚାର ନ ହୋଇ ପଡି ରହିଛି।  ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡାଦେଶ ଦିଆଯିବା ନେଇ ପୋକ୍ସୋ ଆଇନରେ ସଂଶୋଧନ କରାଯାଇଛି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଏହି ଅବସରରେ କୋର୍ଟଙ୍କୁ ଜଣାଇଥିଲେ।

Advertisment
Fast-tracked Supreme Court POCSO
Advertisment
Advertisment