/odishatv-khabar/media/post_attachments/uploadimage/library/16_9/16_9_0/sunny-2_1626498831.jpg)
sunny leone
ମୁମ୍ବାଇ: ନିଜ ବିବାହ ବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନୀ। ଏଭଳି ଏକ ଖୁସି ମୁହୂର୍ତ୍ତରେ ପ୍ରଥମଥର ଥର ପାଇଁ ସନ୍ନି ଏପରି ଏକ ଫଟୋ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଥିଲା।
ଏହା ଜାଣିବା ପରେ ଆପଣମାନଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ କି ଏମିତି କେଉଁ ଫଟୋ ବେବିଡ଼ଲ୍ ପୋଷ୍ଟ କଲେ ଯେ ଯାହାକୁ ନେଇ ଏତେ ଚର୍ଚ୍ଚା।
ଜାଣନ୍ତୁ ପୂରା ଘଟଣା କ’ଣ...
କଥାଟା ହେଉଛି ସନ୍ନି ଲିଓନିଙ୍କ ବିବାହକୁ ଇତି ମଧ୍ୟରେ ୭ ବର୍ଷ ପୂରିଛି। ଗତକାଲି ତାଙ୍କ ବିବାହ ବାର୍ଷିକୀ ଥିବାରୁ ସେ ସୋସିଆଲ ମିଡ଼ିଆରେ ବିବାହର ଏକ ପରମ୍ପରାର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସନ୍ନିଙ୍କୁ ପଞ୍ଜାବୀ ବଧୂ ଭାବେ ପତି ଡାନିଏଲ୍ଙ୍କ ସହ ଦେଖିବାକୁ ମିଳିଥିଲା। ଏଥିରେ ସେ ବହୁତ ସୁନ୍ଦର ମଧ୍ୟ ଲାଗୁଥିଲେ। ସନ୍ନିଙ୍କ ବିବାହର ଏହି ଫଟୋ ଇନଷ୍ଟାଗ୍ରାମ୍ରେ ବହୁତ ଅଳ୍ପ ସମୟରେ ଭାଇରାଲ ହୋଇଯାଇଥିଲା। କେବଳ ଏତିକି ନୁହେଁ ସନ୍ନିଙ୍କ ଏହି ବିବାହ ଫଟୋ ପ୍ରଶଂସକଙ୍କ ମଧ୍ୟରେ ଅଧିକ ପସନ୍ଦ ମଧ୍ୟ ଆସିଥିଲା। ୩୦ ମିନିଟ୍ରେ ତାଙ୍କ ଏହି ଫଟୋକୁ ୧ ଲକ୍ଷରୁ ଅଧିକ ଲାଇକ୍ସ ମିଳିଥିଲା।
‘୭ ବର୍ଷ ପୂର୍ବେ ଆମେ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ନେଇଥିଲୁ କି, ପରିସ୍ଥିତି ଯାହା ହେଉ ନାହିଁ କାହିଁ ସବୁବେଳେ ଜଣେ ଆଉ ଜଣଙ୍କୁ ଭଲପାଇବୁ’, ଏମିତି କିଛି ଲେଖି ସନ୍ନି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଥିସହ ସେ ବିବାହ ବାର୍ଷିକୀର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।/odishatv-khabar/media/post_attachments/wp-content/uploads/2018/04/sunny.jpg)
ବଲିଉଡ଼ରେ ନିଜକୁ ପ୍ରତିଷ୍ଠିତ କରି ସଫଳତା ହାସଲ କରିଥିବା ସନ୍ନି ଓ ତାଙ୍କ ପତି ଡାନିଏଲ୍ଙ୍କ ୩ ଟି ଛୁଆ ଅଛନ୍ତି। ଏହି ଦମ୍ପତ୍ତି ଗତବବର୍ଷ ନିଶା ନାମକ ଏକ ଝିଅକୁ ଆପଣାଇଥିଲେ। ଏଥିସହ ଗତ ମାସରେ ସେରୋଗେସି ମାଧ୍ୟମରେ ୨ ଯାଆଁଳ ଛୁଆ ହେବାର ଏକ ଖୁସି ଖବର ମଧ୍ୟ ସେମାନଙ୍କ ପ୍ରଶଂସକଙ୍କୁ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)