/odishatv-khabar/media/post_attachments/uploadimage/library/16_9/16_9_0/college_1626432006.jpg)
college
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି।
ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସିନଥିଲା ଆଡ୍ମିଟ୍ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରିନଥିଲେ। ପ୍ରିନ୍ସପାଲଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା। ଆଜି ପୁଣି ଥରେ କଲେଜକୁ ଏ ସଂପର୍କରେ ବୁଝିବାକୁ ଆସିଥିବା ବେଳେ ସେମାନେ ଦେଖିଥିଲେ ଯେ, କଲେଜ ବନ୍ଦ ଅଛି। ଏହା ପରେ ପିଲାଙ୍କର ରାଗ ଚରମସୀମାରେ ପହଞ୍ଚିଥିଲା ଓ ସେମାନେ ଭଙ୍ଗାରୁଜା କରିଛନ୍ତି।
କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ବାଉଁଶୁଣୀ ଥାନାରେ ଠକେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ସେପଟେ କଲେଜର କୌଣସି ଅଧିକାରୀଙ୍କ ପତ୍ତା ନାହିଁ। ଏଥିପାଇଁ କଲେଜର ସ୍ୱୀକୃତି ଅଛି କି ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଦେଖନ୍ତୁ ଏହି ଭିଡ଼ିଓ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)