Advertisment

ରେଭେନ୍ସାରୁ ଛାତ୍ର ଆନ୍ଦୋଳନ ହଟିଲା

କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ କେତେକ ଦାବିକୁ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି। ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା […]

author-image
Otv Khabar Bureau
ରେଭେନ୍ସାରୁ ଛାତ୍ର ଆନ୍ଦୋଳନ ହଟିଲା

revenshwa

କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ କେତେକ ଦାବିକୁ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି।

Advertisment

ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ଲାଗି ସମ୍ମତି ପ୍ରକାଶ ପାଇଛି। ସେହିପରି ହଷ୍ଟେଲ ଫି ବୃଦ୍ଧିକୁ ସ୍ଥଗିତ ରଖାଯାଇଥିବା ଆନ୍ଦୋଳଳନରତ ଛାତ୍ର ସୂଚନା ଦେଇଛନ୍ତି।

ସେପଟେ ମେ ୨୮ତାରିଖ ପରିବର୍ତ୍ତେ ଜୁନ ୧୦ ସୁଦ୍ଧା ହଷ୍ଟେଲ ଛାଡ଼ିବା ଲାଗି ଡେଡ୍‌ଲାଇନ ବଢାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପୋଲିସ ପ୍ରଶାସନ ସହ ଆଲୋଚନା ପରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment
Ravenshaw University Strike Students
Advertisment
Advertisment