Advertisment

୭୬ ବର୍ଷ ବୟସରେ ବ୍ରିଟିସ୍‌ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍‌ଙ୍କ ପରଲୋକ

ବ୍ରିଟେନ୍‌ : ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ୍ । ୭୬ବର୍ଷ ବୟସରେ କେମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍ ହୋଲ୍, ଏଲିଏନ୍ ବା ଅନ୍ୟଗ୍ରହର ଜୀବ ଆଦି ସମ୍ପର୍କରେ ଗବେଷଣା କରିବା ସହିତ ବିଭିନ୍ନ ବହି ଲେଖି ବିଶ୍ୱବାସୀଙ୍କ ନିକଟତର ହୋଇପାରିଥିଲେ। ଏଥିସହ ଆଇନଷ୍ଟାଇନଙ୍କ ‘ଥିଓରି ଅଫ୍‌ […]

author-image
Otv Khabar Bureau
୭୬ ବର୍ଷ ବୟସରେ ବ୍ରିଟିସ୍‌ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍‌ଙ୍କ ପରଲୋକ

stefen

ବ୍ରିଟେନ୍‌ : ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ୍ । ୭୬ବର୍ଷ ବୟସରେ କେମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍ ହୋଲ୍, ଏଲିଏନ୍ ବା ଅନ୍ୟଗ୍ରହର ଜୀବ ଆଦି ସମ୍ପର୍କରେ ଗବେଷଣା କରିବା ସହିତ ବିଭିନ୍ନ ବହି ଲେଖି ବିଶ୍ୱବାସୀଙ୍କ ନିକଟତର ହୋଇପାରିଥିଲେ।

Advertisment

publive-imageଏଥିସହ ଆଇନଷ୍ଟାଇନଙ୍କ ‘ଥିଓରି ଅଫ୍‌ ରିଲେଟିଭିଟି ଓ କ୍ୱାଣ୍ଟମ୍ ଫିଜିକ୍ସ’ର ଏକତ୍ରୀକରଣ ଉପରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ୧୯୪୨ ମସିହାରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିଫେନ୍ ହକିଙ୍ଗ୍ ମାତ୍ର ୨୧ବର୍ଷ ବୟସରୁ ଏକ ଜଟିଳ ରୋଗରେ ପୀଡିତ ହୋଇ ତାଙ୍କର ସମ୍ପୂର୍ଣ୍ଣ ଶରୀର ଅକ୍ଷମତାର ଶିକାର ହୋଇଥିଲେ। ହ୍ୱିଲ୍ ଚେୟାରରେ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରି କେବଳ ଗାଲର ଏକ ମାଂସପେଶୀ ବ୍ୟବହାର କରି ସେ ଗବେଷଣା ଓ ପୁସ୍ତକ ରଚନା ଜାରି ରଖିଥିଲେ।

Dies At 76 Renowned Scientist Stephen Hawking
Advertisment
Advertisment