/odishatv-khabar/media/post_attachments/uploadimage/library/16_9/16_9_0/jagannath-land_1626499763.jpg)
jagannath temple
ପୁରୀ: ଲଗାତାର ୩ଦିନ ଧରି ନିରାଶ ପରେ ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟରେ ସୁଧାର ଆସିଥିଲେ ବି ମହାପ୍ରସାଦ ସମସ୍ୟା କିନ୍ତୁ ଦୂର ହୋଇପାରିନାହିଁ।
Advertisment
ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିଆସିଥିଲେ ଭକ୍ତ। ଗତକାଲି ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତେବେ କିଭଳି ଭାବେ ସୁଆର ମହାସୁଆରମାନେ ଶ୍ରୀଜୀଉଙ୍କ ନୀତିକାନ୍ତି ଓ ମହାପ୍ରସାଦ ବାହାରିବା କ୍ଷେତ୍ରରେ ସହଯୋଗ ଯୋଗାଇ ଦେବେ ସେନେଇ ଆଲୋଚନା ଜାରି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଗତ ୨ଦିନ ହେବ ମହାପ୍ରସାଦ ବାହାରିବା ନେଇ ଅନିଶ୍ଚିତତା ଲାଗି ରହିଥିଲା। ନଷ୍ଟ ହୋଇଥିବା ଅମୁଣିଆର କ୍ଷତିପୂରଣ ଦାବିରେ ସୁଆର ମହାସୁଆର ନିଯୋଗ ନିଜ ଜିଦ୍ରେ ଅଟଳ ରହିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)