Advertisment

୪ଦିନ ନୀତି ବିଭ୍ରାଟର ପରିସମାପ୍ତି; ବାହାରିବ ମହାପ୍ରଭୁଙ୍କ ଅବଢା

ପୁରୀ: ଆଜି ବାହାରିବ ମହାପ୍ରଭୁଙ୍କ ଅବଢା। ଗତ ଚାରି ଦିନ ଧରି ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହୋଇଛି। ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍‌ଠାକ୍‌ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ […]

author-image
Otv Khabar Bureau
୪ଦିନ ନୀତି ବିଭ୍ରାଟର ପରିସମାପ୍ତି; ବାହାରିବ ମହାପ୍ରଭୁଙ୍କ ଅବଢା

jagannath temple

ପୁରୀ: ଆଜି ବାହାରିବ ମହାପ୍ରଭୁଙ୍କ ଅବଢା। ଗତ ଚାରି ଦିନ ଧରି ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହୋଇଛି।

Advertisment

ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍‌ଠାକ୍‌ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି।

ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ ହେଉନଥିବାରୁ ସେମାନେ ଭୋଗ ମଣ୍ଡପରେ ମହାପ୍ରସାଦ ସେବାରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏଥିଯୋଗୁ ଭକ୍ତମାନେ ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଥିଲେ।

Puri Jagannath Temple Puri Jagannath Temple Mahaprasad
Advertisment
Advertisment