Advertisment

ଅାଜି ପୃଥିବୀର ସବୁଠୁ ନିକଟକୁ ଅାସିଛି ମଙ୍ଗଳ ଗ୍ରହ

ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି  ଆଖିରେ ଏହାକୁ ଅତି ସହଜରେ ଦେଖିହେବ। ମଙ୍ଗଳ ଗ୍ରହର ଏହି ବିରଳ ରୂପ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ […]

author-image
Otv Khabar Bureau
ଅାଜି ପୃଥିବୀର ସବୁଠୁ ନିକଟକୁ ଅାସିଛି ମଙ୍ଗଳ ଗ୍ରହ

vlcsnap-error067

ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି  ଆଖିରେ ଏହାକୁ ଅତି ସହଜରେ ଦେଖିହେବ। ମଙ୍ଗଳ ଗ୍ରହର ଏହି ବିରଳ ରୂପ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ପୂର୍ବରୁ ୨୦୦୩ ମସିହାରେ ମଙ୍ଗଳ ଗ୍ରହ ପୃଥିବୀର ଅତି ନିକଟକୁ ଆସିଥିଲା। ଏହି ସମୟରେ ଦୁଇ ଗ୍ରହ ମଧ୍ୟରେ ଦୂରତା ଥିଲା ୩୪.୬ ମିଲିୟନ ମାଇଲ। ନାସା ଅନୁସାରେ ୬୦ ହଜାର ବର୍ଷ ପରେ ମଙ୍ଗଳ, ପୃଥିବୀର ଏତେ ନିକଟକୁ ଆସିଥିଲା। ତେବେ ଏଥର ମଙ୍ଗଳ ଓ ପୃଥିବୀ ମଧ୍ୟର ଦୂରତା ରହିଛି ୩୫.୮ ମିଲିୟନ ମାଇଲ। ଗତ ଶୁକ୍ରବାର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ବ୍ଲଡ୍ ମୁନ୍ ଦୃଶ୍ୟମାନ ହେବା ପରେ ଆଜି ଏଭଳି ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment
Advertisment