Advertisment

ଜଙ୍ଗଲ ନିଆଁ ରୋକିବାକୁ ସ୍ୱତନ୍ତ୍ର ଆପ୍

ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ  ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ ଯୋଗୁଁ  ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଛି।  ନିଆଁକୁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ବିଭିନ୍ନ ପଦକ୍ଷେପ  ନେଇଥିବା କହୁଥିଲେ ବି ଏଥିରେ ଖୁସି ନାହାନ୍ତି […]

author-image
Otv Khabar Bureau
ଜଙ୍ଗଲ ନିଆଁ ରୋକିବାକୁ ସ୍ୱତନ୍ତ୍ର ଆପ୍

fire in forest

ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ  ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି।

Advertisment

ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ ଯୋଗୁଁ  ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଛି।  ନିଆଁକୁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ବିଭିନ୍ନ ପଦକ୍ଷେପ  ନେଇଥିବା କହୁଥିଲେ ବି ଏଥିରେ ଖୁସି ନାହାନ୍ତି ପରିବେଶବିତ୍।

ସେପଟେ ଜଙ୍ଗଲ ନିଆଁରୋକିବାକୁ ରାଜ୍ୟ ଜଙ୍ଗଲବିଭାଗ ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରିଛି। ଏହା ସାହାଯ୍ୟରେ ନିଆଁକୁ ଠାବ କରିବା ସହ ଲିଭାଇବା ଲାଗି ଉପାୟ କରାଯାଇପାରିବ।  ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ହ୍ୱାଟ୍ସ ଆପରେ ଫରେଷ୍ଟ ଫାୟାର ଆଲର୍ଟ ନାଁରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ମଧ୍ୟ କରାଯାଇଛି।

Advertisment

ଗତବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୨୪ ହଜାର ୮୮ଟି  ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଥିଲା। ତେବେ ଚଳିତବର୍ଷ ଏହି ସଂଖ୍ୟାକୁ କମାଇବା ପାଇଁ ଜଙ୍ଗଲ ବିଭାଗ ଯୋଜନା କରିଛି।  ଏଥିପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସାଟେଲାଇଟ୍ ମାଧ୍ୟମରେ ଜଙ୍ଗଲ ନିଆଁକୁ ଠାବ କରିବା ଲାଗି  ବ୍ୟବସ୍ଥା ହୋଇଛି।

ଜଙ୍ଗଲ ବିଭାଗ ମୁଖ୍ୟାଳୟରେ ଫାୟାର କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। ନିଆଁ ଲିଭାଇବା ପାଇଁ ବିଭିନ୍ନ ବନଖଣ୍ଡରେ ୨୧୬ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଅଗ୍ନିପ୍ରବଣ ଅଞ୍ଚଳରେ ଅଧିକ ୫୩ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି।

Forest Fire Alert Fire In Forest Odisha
Advertisment
Advertisment