/odishatv-khabar/media/post_attachments/uploadimage/library/16_9/16_9_0/sonam-mrg-2_1626502431.jpg)
sonam kapoor
ମୁମ୍ବାଇ: ଆଉମାତ୍ର କିଛିଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର। ଏଥିପାଇଁ ଏବେଠୁ ସୋନମ୍ ନିଜକୁ ସଜେଇବା ଆରମ୍ଭ କରିଦେଲେଣି।
ଯଦିଓ ସୋନମଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ତେବେ ପ୍ରତ୍ୟେକ ଦିନ ତାଙ୍କ ବିବାହକୁ ନେଇ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନର ତାଜା ଖବର ମୁତାବକ, ବିବାହ ପାଇଁ ସୋନମଙ୍କ ଘରକୁ ସୁସଜ୍ଜିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।
/odishatv-khabar/media/post_attachments/wp-content/uploads/2018/04/sonam-mrg-1.jpg)
ସୋନମଙ୍କ ଘର ସାଜସଜ୍ଜାକୁ ନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ସୋନମଙ୍କ ମା’ ସୁନୀତା କପୁର ଘରକୁ କିଭଳି ଡେକୋରେଟ୍ କରାଯିବ ସେନେଇ ବ୍ୟସ୍ତ ଥିବାର ନଜର ଆସୁଛନ୍ତି। ଏଥିସହ କିଛି ଫଟୋ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଅତି ସୁନ୍ଦର ଭାବେ ବିଭିନ୍ନ ରଙ୍ଗର ଲାଇଟ୍ରେ ଘର ସଜାଯାଇଛି। ଏଥିସହ ଝିଅର ବିବାହ ପାଇଁ ଅନୀଲ କପୁରଙ୍କ ଘରକୁ ସମ୍ପର୍କୀୟଙ୍କ ଯିବାଆସିବା ଲାଗିରହିଛି।
/odishatv-khabar/media/post_attachments/wp-content/uploads/2018/04/sonam-2-1.jpg)
ସୋନମ୍ ମେ ୭ କିମ୍ବା ୮ରେ ବିବାହ କରିବେ ବୋଲି କୁହାଯାଉଛି। ପ୍ରଥମେ ଶୁଣିବାକୁ ମିଳିଥିଲା କି ଉଭୟଙ୍କ ଡେଷ୍ଟିନେସନ୍ ୱେଡ଼ିଙ୍ଗ୍ ଜେନେଭାରେ ହେବବୋଲି, ମାତ୍ର ଏବେ ଏହି ବିବାହ ମୁମ୍ବାଇରେ ହେବାନେଇ ଶୁଣିବାକୁ ମିଳୁଛି। ସୋନମ୍ଙ୍କ ଜେଜେମାଆଙ୍କ ପାଇଁ ଏହି ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ସୂଚନା ଅନୁସାରେ, ଏହି ଗ୍ରାଣ୍ଡ ୱେଡ଼ିଙ୍ଗ୍ ବାନ୍ଦ୍ରା ସ୍ଥିତ ହେରିଟେଜ୍ ହାବେଲିରେ ହେବ। ତେବେ କେତେ ଦୂର ଏହା ସତ ତାହା ଏପର୍ଯ୍ୟନ୍ତ କିଛି ଜଣାପଡ଼ିନି।
/odishatv-khabar/media/post_attachments/wp-content/uploads/2018/04/sonam-mrg.jpg)
ସୋନମଙ୍କ ଏହି ବିବାହରେ ୩ଟି ବଡ଼ କାର୍ଯ୍ୟକ୍ରମ ରଖାଯାଇଛି। ଯେଉଁଥିରେ ମେହେନ୍ଦି, ସଙ୍ଗୀତ ଓ ବିବାହ ସାମିଲ। ଏହି ୩ଟି କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ସ୍ଥାନରେ ହେବ। ଯଦି ମିଳିଥିବା ଖବର ସତ ହୋଇଥାଏ, ତେବେ ସଙ୍ଗୀତ କାର୍ଯ୍ୟକ୍ରମ ସୋନମଙ୍କ ଘନିଷ୍ଠବନ୍ଧୁ ସଂଯୁକ୍ତା ନାୟରଙ୍କ ପଞ୍ଚ ତାରକା ହୋଟେଲରେ ହେବ। ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫି ଫରାହ ଖାନ୍ କରିବେ। ଏଥିସହ ଅନୀଲ କପୁର, ସୁନୀତା କପୁର, କରଣ ଜୋହର୍ ଓ ଅର୍ଜୁନ୍ କପୁର ସ୍ପେଶାଲ୍ ଡ୍ୟାନ୍ସ ପରଫର୍ମାନ୍ସ ଦେବେ।
/odishatv-khabar/media/post_attachments/wp-content/uploads/2018/04/sonam-11.jpg)
ଦୀର୍ଘ ଦିନ ଧରି ସୋନମ, ଆନନ୍ଦଙ୍କ ସହ ଡେଟିଂ କରି ଆସୁଥିଲେ। ଯଦିଓ ଆନନ୍ଦଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୋନମ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି, ତଥାପି ବିଭିନ୍ନ ସ୍ଥାନରେ ଆନନ୍ଦଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)