Advertisment

ପୃଥିବୀ ସମ୍ପର୍କରେ କିଛି ରୋଚକ, କିଛି ରହସ୍ୟମୟ ତଥ୍ୟ

ପୃଥିବୀକୁ ନେଇ ବହୁତ କଥା ଶୁଣିବାକୁ ମିଳିଥାଏ। ଏହାର ସୃଷ୍ଟି ରହସ୍ୟ, ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ବଞ୍ଚି ରହିବା ସମ୍ଭବ। ଆସନ୍ତୁ ଜାଣିବା ଆମ ପୃଥିବୀ ସମ୍ପର୍କରେ କିଛି ଜଣା କିଛି ଅଜଣା କଥା। ୧. ନିଜକୁ ଥରଟିଏ ଆବର୍ତ୍ତନ କରିବାକୁ ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ […]

ପୃଥିବୀ ସମ୍ପର୍କରେ କିଛି ରୋଚକ, କିଛି ରହସ୍ୟମୟ ତଥ୍ୟ

edu_what_is_earth_0

Advertisment

ପୃଥିବୀକୁ ନେଇ ବହୁତ କଥା ଶୁଣିବାକୁ ମିଳିଥାଏ। ଏହାର ସୃଷ୍ଟି ରହସ୍ୟ, ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ବଞ୍ଚି ରହିବା ସମ୍ଭବ। ଆସନ୍ତୁ ଜାଣିବା ଆମ ପୃଥିବୀ ସମ୍ପର୍କରେ କିଛି ଜଣା କିଛି ଅଜଣା କଥା।

Advertisment

୧. ନିଜକୁ ଥରଟିଏ ଆବର୍ତ୍ତନ କରିବାକୁ ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଠିକ୍‌ ୨୪ ଘଣ୍ଟା ନୁହେଁ। ଗୋଟିଏ ଥର ଘୁରିବାକୁ ପୃଥିବୀକୁ ୨୩ ଘଣ୍ଟା ୫୬ ମିନିଟ୍‌ ୪ ସେକେଣ୍ଡ ସମୟ ଲାଗିଥାଏ।

୨. ପୃଥିବୀରେ ୩୬୫ ଦିନକୁ ୧ ବର୍ଷର ମାନକ ବୋଲି ଧରାଯାଏ। କିନ୍ତୁ ତାହା ନିର୍ଦ୍ଦିଷ୍ଟ ଭାବରେ ସେତିକି ନୁହେଁ, ଟିକେ ଅଧିକା। ଯାହା ପ୍ରତିବର୍ଷ  ଫେବୃଆରୀ ଶେଷ ଭାଗରେ ଜଡ଼ିତ ହୋଇଥାଏ। ତେଣୁ ସେଥିପାଇଁ ପ୍ରତି ୪ ବର୍ଷରେ ଥରେ ଫେବୃଆରୀ ୨୮ ଦିନ ବଦଳରେ ୨୯ ଦିନ ହୋଇଥାଏ।

Advertisment

୩. ପୃଥିବୀକୁ ବ୍ଲ୍ୟୁ ପ୍ଲାନେଟ୍‌ (ନୀଳ ଗ୍ରହ) କାହିଁକି କୁହାଯାଏ ଜାଣିଛନ୍ତି ? ଏହାର କାରଣ ହେଉଛି ଏହାର ୭୦ ଭାଗ ଅଞ୍ଚଳରେ ପାଣି ଭରି ହୋଇହିଛି। ଏଥିପାଇଁ ମହାକାଶରୁ ଦେଖିଲେ ପୃଥିବୀ ନୀଳ ଦେଖାଯାଇଥାଏ।

୪. ପୃଥିବୀରେ ଥିବା ୭୦ ପ୍ରତିଶତ ପାଣି ମଧ୍ୟରୁ ୯୭ ପ୍ରତିଶତ ପାଣି ଲୁଣିଆ। ଅର୍ଥାତ୍‌ କେବଳ ୩ ପ୍ରତିଶତ ପାଣି ହିଁ ପିଇବା ଯୋଗ୍ୟ।

Advertisment

୫. ପୃଥିବୀରେ ଥିବା ୩ ପ୍ରତିଶତ ପାଣି ମଧ୍ୟରୁ ୨ ପ୍ରତିଶତରୁ ଅଧିକ ବରଫ ଅବସ୍ଥାରେ ଗ୍ଲେସିୟରରେ ରହିଥାଏ। ଅର୍ଥାତ ୧ ପ୍ରତିଶତ ପିଇବା ଯୋଗ୍ୟ ପାଣି ନଦୀ ଓ ଝରଣାରେ ରହିଛି। ଏହାସହିତ ୦.୬୧ ପ୍ରତିଶତ ଭୂତଳ ଜଳ ଭାବେ ରହିଥାଏ।

୬. ଭୂ-ଭାଗରେ ଯଥେଷ୍ଟ ମାତ୍ରାରେ ପାଣି ଥିବାରୁ ସୂର୍ଯ୍ୟକିରଣ ଏଥିରେ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୂରରୂ ଦେଖିଲେ ପୃଥିବୀ  ଉଜ୍ୱଳ (Brightest Planets) ଦେଖା ଯାଇଥାଏ।

୭. ପୃଥିବୀ ୩ଟି ସ୍ତରକୁ ନେଇ ଗଠିତ। ଏହା ହେଉଛି ପୃଷ୍ଠଭାଗ (The Crust), ମେଣ୍ଟଲ୍‌ (The Mantle) ଓ କୋର (The Core)।

୮. Crustରେ ୩୨ ପ୍ରତିଶତ ଲୁହା, ୩୦ ପ୍ରତିଶତ ଅକ୍ସିଜେନ୍, ୧୫ ପ୍ରତିଶତ ସିଲିକନ୍, ୧୪ ପ୍ରତିଶତ ମ୍ୟାଗନେସିୟମ୍, ୩ ପ୍ରତିଶତ ସଲଫର୍‌, ୨ ପ୍ରତିଶତ ନିକେଲ୍‌, ୪ ପ୍ରତିଶତ କ୍ୟାଲସିୟମ୍, ଆଲୁମିନିୟମ ଓ ଅନ୍ୟ ବିଭିନ୍ନ ତତ୍ତ୍ୱ ରହିଛି।

୯. ପୃଥିବୀର ମେଣ୍ଟ୍‌ଲ ସ୍ତର ହେଉଛି ସବୁଠାରୁ ମୋଟା। ଏହାର ମୋଟେଇ ୨୯୭୦ କିମି, ଯାହା ପୃଥିବୀର ମୋଟ ମୋଟେଇର ୮୪ ପ୍ରତିଶତ।

୧୦. ପୃଥିବୀ କୋର୍‌ର ଦୁଇଟି ସ୍ତର ରହିଛି। ଗୋଟେ ବାହାର ଓ ଅନ୍ୟଟି ଭିତର ସ୍ତର। ଉଭୟ ସ୍ତର ଲୌହ ଓ ନିକେଲରେ ସୃଷ୍ଟି ହୋଇଛି।

୧୧. ପୃଥିବୀ କୋର୍‌ର ବାହାର ସ୍ତର ତରଳ ଅବସ୍ଥାରେ ଥିବା ବେଳେ ଭିତର ସ୍ତର କଠିନ।

୧୨.ଆମ ସୌରମଣ୍ଡଳରେ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଥିରେ ୩ଟି ଅବସ୍ଥା ପାଣି ରହିଛି। (Liquid, Solid and Gas) (ଜଳ, ଜଳୀୟ ବାଷ୍ପ, ବରଫ)

୧୩. ପୃଥିବୀ ଉପରେ ପ୍ରତି ସେକେଣ୍ଡରେ ପ୍ରାୟ ୧୦୦ ଥର ବିଜୁଳି ପଡ଼ିଥାଏ। ଗୋଟିଏ ଦିନରେ ପ୍ରାୟ ୮.୬ ଲକ୍ଷ ଥର ବିଜୁଳି ପଡ଼ିଥାଏ।

୧୪. ଆମ ସୌରମଣ୍ଡଳରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ କେବଳ ପୃଥିବୀ ହୋଇଥାଏ। ଅନ୍ୟ କୌଣସି ଗ୍ରହରେ ଏଭଳି ହୋଇ ନଥାଏ।

୧୫. ବାସ୍ତବରେ ପୃଥିବୀର ଆକାର ଗୋଲ ନୁହେଁ, ଏହା Geoid । ଘୁରୁଥିବା ଯୋଗୁଁ ପୃଥିବୀ ଗୋଲ ଦେଖାଯାଇଥାଏ।

୧୬. ପୃଥିବୀରେ ଜୀବନର ଅସ୍ତିତ୍ୱ ୧୫୦ରୁ ୨୦୦ ମିଲିୟନ ବର୍ଷରୁ ରହିଛି। ଯାହା ୫ ଆରବ ବର୍ଷ ଠାରୁ ପୁରୁଣା ।

୧୭. ପୃଥିବୀ ନିଜ ପରିକ୍ରମଣ ତଳଠାରୁ ୬୬.୫ ଡିଗ୍ରୀ ଭାବେ ନଇଁ ଯାଇଥାଏ।

୧୮. ଆମ ସୌରମଣ୍ଡଳର ଗ୍ରହ ମାନଙ୍କ ମଧ୍ୟରୁ ପୃଥିବୀର ଘନତ୍ୱ ସବୁଠାରୁ ଅଧିକ। ଏହା ୫.୫୨ ଗ୍ରାମ ପ୍ରତି ଘନ ସେଣ୍ଟିମିଟର।

୧୯. ସୌରଜଗତରେ ଦ୍ୱିତୀୟ ସର୍ବଧିକ ଘନତ୍ୱ ବିଶିଷ୍ଟ ଗ୍ରହ ହେଲା ବୁଧ। ଏହାର ଘନତ୍ୱ ୫.୪୨୭ ଗ୍ରାମ ପ୍ରତି ଘନ ସେଣ୍ଟିମିଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ