Advertisment

ସୂର୍ଯ୍ୟ କିରଣରେ ଚାଲୁଛି ସାଇକେଲ୍

ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ। ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ […]

author-image
Otv Khabar Bureau
ସୂର୍ଯ୍ୟ କିରଣରେ ଚାଲୁଛି ସାଇକେଲ୍

solar

ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ।

Advertisment

ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସୌରଚାଳିତ ଅଟୋଗିଅର୍ ସାଇକେଲ ନିର୍ମାଣ କରିଛନ୍ତି ଆକାଶ।

ପିଲାଟି ଦିନୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଥିବା ଆକାଶ ଦିଲ୍ଲୀରେ ସିଭିଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବାବେଳେ ସେଠାରେ ବିଦ୍ୟୁତ ଚାଳିତ ଅଟୋରିକ୍ସାରେ ବସିଥିଲେ। ଏହାପରେ ସୌରଚାଳିତ ସାଇକେଲ ତିଆରି କରିବାର ନିଶା ଆକାଶଙ୍କ ମୁଣ୍ଡକୁ ପଶିଗଲା। ଫଳରେ ତାଙ୍କର ଏହି ନିଶା ତାଙ୍କୁ ଖୁବ୍ କମ୍ ଦିନରେ ତାଙ୍କୁ ପ୍ରସିଦ୍ଧ କରାଇଥିଲା।

Advertisment

କାରଣ ଖୁବ୍ କମ୍ ଦିନରେ ସେ ଉଦ୍ଭାବନ କଲେ ଅଟୋଗିଅର୍ ସାଇକେଲ୍। ଦୁଇଚକିଆ ମୋଟର ସାଇକେଲରେ ଯାହାଅଛି ଏହି ସାଇକେଲରେ ବି ତାହା ଠୁ କିଛି କମ୍ ନୁହଁ। ସୌରଚାଳିତ ସାଇକେଲରେ ବିନା ପେଡ଼ାଲରେ ଅଳ୍ପ ଖର୍ଚ୍ଚରେ ୬୦ କି.ମି. ପର୍ଯ୍ୟନ୍ତ ପିଲା ଠୁ ବୁଢ଼ା ସମସ୍ତେ ବ୍ୟବହାର କରିପାରିବେ। ଆକାଶଙ୍କ ବିରଳ ଉଦ୍ଭାବନରେ କେବଳ ପରିବାରରେ ନୁହେଁ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି।

ଏହି ସୌରଚାଳିତ ସାଇକେଲ ଘଣ୍ଟାକୁ ସର୍ବାଧିକ ବେଗ ୩୦ କି.ମି. ଅତିକ୍ରମ କରିପାରିବ। ସାଇକେଲ ମଧ୍ୟରେ ସଂଯୋଗ ହୋଇଛି ବ୍ୟାଟେରୀ। ସୋଲାର ପେନାଲ ସାଇକେଲର ଆଗରେ ଖଞ୍ଜା ହୋଇଛି। ସେଥିପାଇଁ ମେଘୁଆ ପାଗରେ ଚାଲିବ ୪ ଘଣ୍ଟା। ଏହି ସାଇକେଲରେ ଅତ୍ୟାଧୁନିକ ମ୍ୟୁଜିକ ସିଷ୍ଟମ ସହ ରାତିରେ ଯିବା ପାଇଁ ଲାଇଟ୍ ବି ଖଞ୍ଜା ଯାଇଛି। ସାଇକେଲଟି ଶବ୍ଦ ବିହୀନ ସହ କୌଣସି ଧୂଆଁ ବାହାରୁ ନ ଥିବାକରୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏହା ଏକ ବାର୍ତ୍ତା ଦେଉଛି। ସାଇକେଲଟି ତିଆରି ପାଇଁ ମାତ୍ର ୧୫ ହଜାର ଟଙ୍କା ବୋଲି ଆକାଶ କହିଛନ୍ତି।

ନିଜର ପରିଶ୍ରମ ଓ ବୁଦ୍ଧିମତର ପରିଚୟ ଦେଇ ଗାଁରେ ରହୁଥିବା ଏହି ଯୁବକଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିବା ସହ ସାଇକେଲକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Pollution Solar-powered Bicycle Solar Power Bicycle Odisha Youth Design Solar-powered Bicycle Odisha
Advertisment
Advertisment