/odishatv-khabar/media/post_attachments/uploadimage/library/16_9/16_9_0/smriti-irani_1626505397.jpg)
smriti irani
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳ। ପୀୟୁଷ ଗୋଏଲ୍ଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅରୁଣ ଜେଟ୍ଲି ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଗୋଏଲ୍ ଏହି ଦାୟିତ୍ୱ ସମ୍ଭାଳିବେ।
Advertisment
ଜେଟ୍ଲି ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଗୋଏଲ୍ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେହିପରି ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ରାଜ୍ୟବର୍ଦ୍ଧନ ଏହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରୁଥିଲେ।
ସେହିପରି ସୂଚନା ଓ ପ୍ରସାରଣ ଏବଂ ବୟନ ଶିଳ୍ପ ମନ୍ତ୍ରାଳୟ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ଅପସାରଣ କରାଯାଇଛି ଏବେ ସେ କେବଳ ବୟନ ଶିଳ୍ପ ମନ୍ତ୍ରାଳୟ ଦାୟିତ୍ୱରେ ରହିବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)