ancient egypt
ସବୁଠୁ ଭୟାବହ କ୍ୟାନସର ରୋଗ ଆଜିକାଲିର ନୁହେଁ I ଆଜିକୁ 1500ରୁ 3000 ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା I ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିଲେ I ପ୍ରାଚୀନ ମିଶରୀୟମାନଙ୍କ କଙ୍କାଳ ଅନୁଧ୍ୟାନ କଲା ବେଳେ ଛ' ଟି ମୃତଦେହରୁ ପ୍ରତ୍ନତତ୍ତ୍ୱବିଦମାନେ ଏହା ଅନୁମାନ କରିଛନ୍ତି I ଏକ ଅନ୍ତର୍ଜାତୀୟ ପତ୍ରିକାରେ କ୍ୟାନସର ସମ୍ପର୍କରେ ପ୍ରକାଶିତ ଏକ ଇସ୍ୟୁରେ ଏ ସମ୍ପର୍କରେ ଲେଖିଛନ୍ତି କାନାଡ଼ା ଓଣ୍ଟାରିଓ ବିଶ୍ୱ ବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ପ୍ରଫେସର ଏଲ ମଲଟୋ ଓ ଡାକ୍ତର ପିଟର ସେଲଡରିକ I
ରିପୋର୍ଟରେ କୁହାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ଟ୍ୟୁମର ଓ ଅନ୍ୟ ଜଣଙ୍କର ମଳଦ୍ୱାର କର୍କଟରେ ମୃତ୍ୟୁ ଘଟିଥିବା ମଧ୍ୟ ପ୍ରମାଣ ମିଳୁଛି I ତିନି ଜଣଙ୍କର ( ଦୁଇ ମହିଳା ଓ ଜଣେ ପୁରୁଷ) କୋଡ଼ିଏରୁ ତିରିଶ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥିଲା I ପ୍ରତ୍ନତତ୍ତ୍ୱବିଦମାନେ ପ୍ରାୟ 1087 ଟି ମୃତଶରୀରର ଅନୁଧ୍ୟାନ କରିଥିଲେ I ଅସ୍ଥିରେ ଥିବା ଛିଦ୍ର ଓ ଅସ୍ଥିଗତ କ୍ଷତିକୁ ମାପକାଠି ଭାବେ ଆଧାର କରି ପ୍ରତ୍ନତତ୍ତ୍ୱବିଦମାନେ ଏହି ସିଦ୍ଧାନ୍ତରେ ପହଂଚି ଥିଲେ I
କ୍ୟାନସର ଜୀବାଣୁ ଶରୀରରେ ବ୍ୟାପିଯିବା ପରେ ଅସ୍ଥିରେ ଛିଦ୍ର ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି I ଏହା ମଧ୍ୟ କହିଛନ୍ତି ଯେ ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିବା ବେଳେ ଆଧୁନିକ ସଭ୍ୟତାରେ ତାହା ପ୍ରତି 100ରେ 50କୁ ବୃଦ୍ଧି ପାଇଛି I ହ୍ୟୁମାନ ପାପିଲୋମା ଭାଇରସ ( HPV) ଯୋଗୁଁ କ୍ୟାନସର ହେଉଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି I
Credit: Image courtesy El Molto
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ancient-egypt_1626682820.jpg)