/odishatv-khabar/media/post_attachments/uploadimage/library/16_9/16_9_0/mass-leave_1626432143.jpg)
mass leave
ଭୁବନେଶ୍ୱର: ଆଜିଠୁ ସାମୁହିକ ଛୁଟିରେ ଯିବେ ରାଜ୍ୟର ୭୦ହଜାର ଶିକ୍ଷା ସହାୟକ। ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ବିଶାଳ ସମାବେଶ କରିବେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି।
Advertisment
ସେହିପରି ଦାବି ପୂରଣ ନହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ଶିକ୍ଷାସହାୟକ ମାନେ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସର୍ବଶିକ୍ଷା ଅଭିଯାନ ଅଧିନରେ ରାଜ୍ୟର ପ୍ରାୟ ୫୮ହଜାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ନୋଡାଲ୍ ହାଇସ୍କୁଲରେ ଶିକ୍ଷା ସହାୟକ ମାନେ ନିଯୁକ୍ତ ହୋଇଛନ୍ତି। ସପ୍ତମ ବେତନ କମିଶନ, ବଦଳି ନୀତିରେ କୋହଳ, ମୃତ୍ୟୁକାଳୀନ ସହାୟତା ଭଳି ୭ଦଫା ଦାବିରେ ଶିକ୍ଷା ସହାୟକ ଆନ୍ଦୋଳନକୁ ଓହ୍ଲାଉଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)