Advertisment

ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ

ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ।  ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି। ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ ଉନ୍ନୀତ ହେବେ। ୬ ବର୍ଷ ପରେ ସେମାନଙ୍କୁ ନିୟମିତ କରାଯିବ। ଏପଟେ ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ରାଜ୍ୟ ସରକାର ୪ଟି ଦାବି ପୂରଣ ପରେ ଆଭିମୁଖ୍ୟ […]

author-image
Otv Khabar Bureau
ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ

sikhya sahayak

ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ।  ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି।

Advertisment

ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ ଉନ୍ନୀତ ହେବେ। ୬ ବର୍ଷ ପରେ ସେମାନଙ୍କୁ ନିୟମିତ କରାଯିବ।

ଏପଟେ ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ରାଜ୍ୟ ସରକାର ୪ଟି ଦାବି ପୂରଣ ପରେ ଆଭିମୁଖ୍ୟ ବଦଳାଇଛନ୍ତି ଶିକ୍ଷା ସହାୟକ। ଏଣିକି ରାଜ୍ୟ ନୁହେଁ, ବରଂ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷା ସହାୟକ।

Advertisment

ସ୍କିମରେ କେନ୍ଦ୍ର ସରକାର ଦରମାର ୬୦ ପ୍ରତିଶତ ଦେବା କଥା ତେବେ ଏଥିପାଇଁ କେନ୍ଦ୍ରର ସ୍ୱୀକୃତି ମିଳୁନଥିବାରୁ ଦରମା ବୃଦ୍ଧି ନିଷ୍ପତ୍ତି ଅଟକି ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ କହିଛି।

୭ ଦଫା ଦାବି ପୂରଣ ଜିଦରେ ଶିକ୍ଷା ସହାୟକମାନେ ଗତକାଲିଠାରୁ ସମୂହ ଛୁଟିରେ ଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଥିଲେ।

Sikhya Sahayak Junior Teachers
Advertisment
Advertisment