Advertisment

ବଲାଙ୍ଗିର ଯୁବ ସମାବେଶରେ ଅମିତ ଶାହାଙ୍କ ଉଦବୋଧନ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ୍

ବଲାଙ୍ଗିର : ବଲାଙ୍ଗିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦୁଇ ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇ ଅମିତ ଶାହା ‘ମିଶନ ୧୨୦’ ଉପରେ ଉତ୍ତର ରଖିଛନ୍ତି। କାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇନଥିଲା। ୧୨୦ କଥା କହିନଥିଲି, କାରଣ ତାଠାରୁ ଅଧିକ ହେବା ଦିଶୁଛି ବୋଲି ଶାହା ଆଜି ସଫେଇ ଦେଇଛନ୍ତି। ସେହିଭଳି ବିଜେପି ଯୁବକର୍ମୀଙ୍କ […]

author-image
Otv Khabar Bureau
undefined

amit saha

ବଲାଙ୍ଗିର : ବଲାଙ୍ଗିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦୁଇ ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇ ଅମିତ ଶାହା ‘ମିଶନ ୧୨୦’ ଉପରେ ଉତ୍ତର ରଖିଛନ୍ତି। କାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇନଥିଲା। ୧୨୦ କଥା କହିନଥିଲି, କାରଣ ତାଠାରୁ ଅଧିକ ହେବା ଦିଶୁଛି ବୋଲି ଶାହା ଆଜି ସଫେଇ ଦେଇଛନ୍ତି।

Advertisment

ସେହିଭଳି ବିଜେପି ଯୁବକର୍ମୀଙ୍କ ହତ୍ୟାକାରୀକୁ ନବୀନ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଶାହା କହିଛନ୍ତି ବିଜେପି ସରକାର ଆସିଲେ ସେମାନଙ୍କୁ ପାତାଳରୁ ଖୋଜି କାଢ଼ିବୁ। ଫ୍ଲୋରାଇଡ଼ ପାଣି ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଶାହା। ବିଜେପି ଆସିଲେ ପଶ୍ଚିମ ଓଡ଼ିଶାର ବିକାଶ ନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଆଜିର ଗସ୍ତ ଅବସରରେ ସେ ସଇଁତଳା ନିକଟସ୍ଥ ଫ୍ଲୋରାଇଡ୍ ପ୍ରଭାବିତ ବେନିଆବନ୍ଧ ଗାଁରେ ଲୋକଙ୍କୁ ଭେଟିବା ପରେ ଦେଓଗାଁ ଯାଇ ସେଠାକାର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିଥିଲେ। ଅମିତ ଶାହାଙ୍କ ସହ ଅନ୍ୟ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଭୋଜନ କରିଥିଲେ।

Advertisment
Political Violence Odisha Visit Target BJD
Advertisment
Advertisment