/odishatv-khabar/media/post_attachments/uploadimage/library/16_9/16_9_0/daRINGIBADI_1626504212.jpg)
daRINGIBADI
କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି।
ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା।
ହେଲେ କିଛି ଦିନ ପୂର୍ବେ ପୀଡ଼ିତା ଜଣକ ନିଜ ସମ୍ପର୍କୀୟ ଭଉଣୀଙ୍କୁ ଏସମସ୍ତ ଘଟଣା ବିଷୟରେ କହିଥିଲେ। ଯାହା ପରେ ଏନେଇ ଥାନାରେ ପୁଣି ଥରେ ଏତଲା କରିଛନ୍ତି ପୀଡ଼ିତା।
ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ଗିରଫ କରି ସହ ଛାତ୍ରୀଙ୍କୁ ଅନ୍ୟ ଏକ ଆଶ୍ରମ ସ୍କୁଲରେ ଆଡମିଶନ୍ କରାଯିବାକୁ ଦାବି ହୋଇଛି। ସେପଟେ ଅଭିଯୋଗ ପରେ ଏନେଇ ମାମଲା ରୁଜୁ ହୋଇଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି କନ୍ଧମାଳ ଏସ୍ପି। ତେବେ ଏନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)