Advertisment

ରିଲିଜ୍‌ ହେଲା ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍‌ ହେବା କ୍ଷଣି ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍‌ଅପରେ ରଣବୀର ଅବିକଳ ସଞ୍ଜୁ ବାବାଙ୍କ ପରି ଦେଖାଯାଉଛନ୍ତି। ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ […]

author-image
Otv Khabar Bureau
ରିଲିଜ୍‌ ହେଲା ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର

sanju

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ 'ସଞ୍ଜୁ'ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍‌ ହେବା କ୍ଷଣି ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍‌ଅପରେ ରଣବୀର ଅବିକଳ ସଞ୍ଜୁ ବାବାଙ୍କ ପରି ଦେଖାଯାଉଛନ୍ତି।

Advertisment

publive-imageଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ସଞ୍ଜୁ ଡ୍ରଗ୍ସ ନିଶାରେ ପଡି ଅସୁସ୍ଥ ହେବା ଘଟଣା ଠାରୁ ଆରମ୍ଭ କରି ଅଣ୍ଡର ୱାର୍ଡ ଲିଙ୍କ୍ ଓ ମୁମ୍ବାଇ ଆକ୍ରମଣ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବା ଆଦି ସମସ୍ତ ଘଟଣା ଏହି ସ୍ୱଳ୍ପ ସମୟର ଭିଡିଓରେ ଦର୍ଶାଯାଇଛି।

publive-imageଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ପ୍ରତିଭାବାନ ନିର୍ଦ୍ଦେଶକ ରାଜକୁମାର ହିରାନୀ। ତାଙ୍କର ସବୁ ଫିଲ୍ମ ପରି ଏହି ଫିଲ୍ମରେ ମଧ୍ୟ ସ୍ୱତନ୍ତ୍ରତା ଦେଖିବାକୁ ମିଳିବ। ତେବେ ସୂଚନା ଅନୁଯାୟୀ, ୨୯ ଜୁନ ୨୦୧୮ରେ ଏହି ପିଲ୍ମଟି ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ରଣବୀରଙ୍କ ଲୁକ୍‌କୁ ଦେଖି ଫିଲ୍ମଟି କିପରି ହୋଇଥିବ ସେ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସିନେମାଟି କେତେ ସଫଳତା ପାଇବ ତାହା ରିଲିଜ୍‌ ହେଲେ ଜଣାପଡ଼ିବ।

Advertisment
Ranbir Kapoor Sanjay Dutt Biopic
Advertisment
Advertisment