Advertisment

ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍‌୧୪ ଏପ୍ରିଲ୍‌ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ୍‌୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା […]

author-image
Otv Khabar Bureau
ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା

odia new year

ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍‌୧୪ ଏପ୍ରିଲ୍‌ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ୍‌୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ।

Advertisment

ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା ଗୃହ ଆରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, ବିବାହ, ପାଣି ଗ୍ରହଣ ଆଦି ଶୁଭକାର୍ଯ୍ୟ ନିଷେଧ। କିନ୍ତୁ ୧୪ଜାନୁୟାରୀ ୨୦୧୯ ରୁ  ବର୍ଷ ଶେଷ ପର୍ଯ୍ୟନ୍ତ ଶୁଦ୍ଧକାଳ ରହିଛି। ତେଣୁ ଏହି ସମୟରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଭଲଥିବାରୁ ଶୁଭକାର୍ଯ୍ୟ କରଣୀୟ।

ନବବର୍ଷ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ମହାବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି।

Advertisment

Sudarsan Pattnaik Sand Art Sand Artist Sudarsan Pattnaik Odia New Year Sand Art On Odia New Year
Advertisment
Advertisment