Advertisment

ଜେଲ୍‌ରେ ଆଉ ଏକ ରାତି ବିତାଇବେ ସଲମାନ୍‌

ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍‌ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ […]

author-image
Otv Khabar Bureau
ଜେଲ୍‌ରେ ଆଉ ଏକ ରାତି ବିତାଇବେ ସଲମାନ୍‌

salman

ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍‌ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି।

Advertisment

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬।

Advertisment

ଅନ୍ୟପକ୍ଷରେ ସଲମାନ ଜେଲରେ ରହିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଯଦି ସଲମାନଙ୍କୁ ଜାମିନ ନ ମିଳେ ତେବେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି। କାରଣ ଆଗକୁ ତାଙ୍କର ତିନୋଟି ଫିଲ୍ମ ‘ରେସ୍‌-୩’, ‘ଭାରତ’ ଏବଂ ‘ଦବଙ୍ଗ-୩’ ରିଲିଜ୍‌ ହେବାକୁ ଅଛି।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ଏକ ହିନ୍ଦୀ  ଫିଲ୍ମର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା।

Salman Khan
Advertisment
Advertisment