Advertisment

ବଢ଼ିପାରେ ସଲମାନ୍‌ଙ୍କ ସମସ୍ୟା!

ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍‌ ଭାଇଜାନ୍ ସଲମାନ୍‌ ଖାନ୍‌ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍‌ ଦେଉନାହିଁ। କାରଣ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍‌ଙ୍କ ବଦଳି ହୋଇଛି। ଯୋଧପୁର ସେସନ୍ସ କୋର୍ଟର ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍‌ ଅଭିନେତାଙ୍କ ଜାମିନ୍‌ ଉପରେ ଆଜି ଶୁଣାଣି କରିଥାନ୍ତେ, ରାଜସ୍ଥାନ ହାଇକୋର୍ଟ ତାଙ୍କୁ ବଦଳି କରିଛନ୍ତି। ଫଳରେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍‌ରେ ଥିବା ସଲମାନଙ୍କୁ ଆଉ କିଛି ଦିନ କାଟିବାକୁ ପଡିପାରେ […]

author-image
Otv Khabar Bureau
ବଢ଼ିପାରେ ସଲମାନ୍‌ଙ୍କ ସମସ୍ୟା!

salman

ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍‌ ଭାଇଜାନ୍ ସଲମାନ୍‌ ଖାନ୍‌ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍‌ ଦେଉନାହିଁ। କାରଣ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍‌ଙ୍କ ବଦଳି ହୋଇଛି।

Advertisment

ଯୋଧପୁର ସେସନ୍ସ କୋର୍ଟର ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍‌ ଅଭିନେତାଙ୍କ ଜାମିନ୍‌ ଉପରେ ଆଜି ଶୁଣାଣି କରିଥାନ୍ତେ, ରାଜସ୍ଥାନ ହାଇକୋର୍ଟ ତାଙ୍କୁ ବଦଳି କରିଛନ୍ତି। ଫଳରେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍‌ରେ ଥିବା ସଲମାନଙ୍କୁ ଆଉ କିଛି ଦିନ କାଟିବାକୁ ପଡିପାରେ ବୋଲି ଜଣାପଡ଼ିଛି।

ବିଚାରପତି ରବୀନ୍ଦ୍ର କୁମାର ଯୋଶୀଙ୍କୁ ଯୋଧପୁରରୁ ରାଜସ୍ଥାନର ସିରୋହକୁ ବଦଳି କରାଯାଇଛି।

Advertisment

ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରା ସମୁଦାୟ ୮୭ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଯେଉଁଠିରେ ବିଚାରପତି ରବୀନ୍ଦ୍ର କୁମାର ଯୋଶୀଙ୍କ ସମେତ, ସଲମାନ୍‌ଙ୍କୁ ଜେଲ୍‌ ପଠାଇଥିବା ବିଚାରପତି ମଧ୍ୟ ରହିଛନ୍ତି।

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ଏକ ହିନ୍ଦୀ  ଫିଲ୍ମର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା।

Salman Khan In Jail Salman Khan
Advertisment
Advertisment