Advertisment

ସଲମାନଙ୍କୁ ୫ ବର୍ଷ ଜେଲ୍

ଯୋଧପୁର: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌ଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି ରାୟ ଦେଇଛନ୍ତି। ବର୍ତ୍ତମାନ କୋର୍ଟରୁ ସିଧାସଳଖ ସଲମାନ୍‌ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ ଯିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। […]

author-image
Otv Khabar Bureau
ସଲମାନଙ୍କୁ ୫ ବର୍ଷ ଜେଲ୍

salman

ଯୋଧପୁର: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌ଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି ରାୟ ଦେଇଛନ୍ତି।

Advertisment

ବର୍ତ୍ତମାନ କୋର୍ଟରୁ ସିଧାସଳଖ ସଲମାନ୍‌ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ ଯିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

Advertisment

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ଏକ ହିନ୍ଦୀ  ଫିଲ୍ମର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା।

Salman Khan Blackbuck Poaching Case
Advertisment
Advertisment