/odishatv-khabar/media/post_attachments/uploadimage/library/16_9/16_9_0/salepur-rape-accused_1626503308.jpg)
salepur rape accused
ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।
Advertisment
ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଗତ ଏପ୍ରିଲ ୨୧ ତାରିଖରେ ଅଭିଯୁକ୍ତ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଘଟଣାର ପରଦିନ ହିଁ ଗିରଫ କରାଯାଇଥିଲା। ଗତ ୨୯ ତାରିଖରେ ପୀଡ଼ିତାର କଟକ SCBରେ ମୃତ୍ୟୁ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)