Advertisment

ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାରେ ବିଭ୍ରାଟ

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଟଣାରେ ମହାବିଭ୍ରାଟ। ବାରମ୍ବାର ରଥ ଦଉଡ଼ି ଛିଡ଼ିବାରୁ ମାତ୍ର କେଇ ଫୁଟ ଗଡ଼ିବା ପରେ ବନ୍ଦ ହୋଇଛି ରଥଟଣା। ଆଜି ପାରମ୍ପରିକ ରୀତିନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ପାଇଁ ନିର୍ଧାରିତ ହୋଇଥିଲେ ବି ୫ଟା ୧୫ରେ ରଥଟଣା ଉଦ୍ୟମ ହୋଇଥିଲା। ହେଲେ ଆରମ୍ଭରୁ ରଥ ଦଉଡ଼ି ଛିଡ଼ିବାରୁ ପରବର୍ତ୍ତି ସମୟରେ ଆଉ ଦୁଇଟି ଦଉଡ଼ି ଆସିଥିଲେ ବି ସେ ଦୁଇଟି ବି ଛିଡ଼ିଯାଇଥିଲା। ଏହାପରେ ଆଉ […]

author-image
Otv Khabar Bureau
ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାରେ ବିଭ୍ରାଟ

rukuna ratha

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଟଣାରେ ମହାବିଭ୍ରାଟ। ବାରମ୍ବାର ରଥ ଦଉଡ଼ି ଛିଡ଼ିବାରୁ ମାତ୍ର କେଇ ଫୁଟ ଗଡ଼ିବା ପରେ ବନ୍ଦ ହୋଇଛି ରଥଟଣା। ଆଜି ପାରମ୍ପରିକ ରୀତିନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ପାଇଁ ନିର୍ଧାରିତ ହୋଇଥିଲେ ବି ୫ଟା ୧୫ରେ ରଥଟଣା ଉଦ୍ୟମ ହୋଇଥିଲା। ହେଲେ ଆରମ୍ଭରୁ ରଥ ଦଉଡ଼ି ଛିଡ଼ିବାରୁ ପରବର୍ତ୍ତି ସମୟରେ ଆଉ ଦୁଇଟି ଦଉଡ଼ି ଆସିଥିଲେ ବି ସେ ଦୁଇଟି ବି ଛିଡ଼ିଯାଇଥିଲା।

Advertisment

ଏହାପରେ ଆଉ ବଳକା ଦଉଡ଼ି ନଥିବାରୁ ଆଜି ପାଇଁ ରଥଟଣାକୁ ବନ୍ଦ ରଖାଯାଇଥିଲା। ତେବେ ରଥ ଦଉଡ଼ି ଛିଣ୍ଡିବାରୁ ରଥଟଣା ବନ୍ଦକୁ ନେଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Lord Lingaraj Latest Bhubaneswar News Rukuna Ratha
Advertisment
Advertisment