Anti body Cocktail
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ । ସିପଲା ଏବଂ ରୋଚେ ମିଳିତ ଭାବେ ଏକ ବିବୃତ୍ତିରେ କହିଛନ୍ତି ଯେ 'ପ୍ରଥମ ବ୍ୟାଚ୍ ଆଣ୍ଟିବଡି କକଟେଲ (କ୍ୟାସିରିଭିମାବ ଏବଂ ଇମଡେଭିମାବ)ଭାରତରେ ଉପଲବ୍ଧ ରହିଛି । ଏହାସହ ଦ୍ୱିତୀୟ ବ୍ୟାଚ୍ ଜୁନ୍ ମାସ ଅଧା ବେଳକୁ ଉପଲବ୍ଧ ହେବ । ମୋଟାମୋଟି ଭାବେ ଉତ୍ପାଦନ ଦ୍ୱାରା ଦୁଇ ଲକ୍ଷ ରୋଗୀଙ୍କ ଚିକିତ୍ସା କରାଯାଇପାରିବ ।
ସିପଲା ଏହି ଔଷଧକୁ ସାରା ଦେଶରେ ନିଜର ଶକ୍ତିଶାଳୀ ବଣ୍ଟନ କ୍ଷମତା ସାହାଯ୍ୟରେ ଆବଣ୍ଟନ କରିବ । ଉଭୟ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ପ୍ରତ୍ୟେକ ରୋଗୀଙ୍କ ପାଇଁ ଡୋଜ ପିଛା ମୂଲ୍ୟ ୫୯,୭୫୦ ଟଙ୍କା ରହିବ, ଯେଉଁଥିରେ ସମସ୍ତ ଟ୍ୟାକ୍ସ ଅନ୍ତର୍ଭୁକ୍ତ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଔଷଧ ପ୍ରମୁଖ ଡାକ୍ତରଖାନା ଏବଂ କୋଭିଡ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଉପଲବ୍ଧ ହେବ ।
ପୁରା ଦେଶ କରୋନା ମହାମାରୀର ଏହି ଦ୍ୱିତୀୟ ଲହରୀରେ ଛନ୍ଦି ହୋଇ ରହିଥିବା ବେଳେ, ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାରର ଚେଷ୍ଟା କରାଯାଉଛି । ବିଭିନ୍ନ ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ୱାରା ଔଷଧ ପ୍ରସ୍ତୁତି କରାଯାଉଛି । କିଛି ଦିନ ପୂର୍ବରୁ DRDO ଦ୍ୱାରା ପ୍ରସ୍ତୁତ ଏକ ଔଷଧକୁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । DRDO ଦ୍ୱାରା ପ୍ରସ୍ତୁତ ଏହି ସ୍ୱଦେଶୀ ଔଷଧ 2DG, ଯାହା କରୋନା ମହାମାରୀ ଚିକିତ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ରୋଗୀମାନଙ୍କ କ୍ଷେତ୍ରରେ ଏହା ଭଲ ପ୍ରଭାବ ଦେଖାଉଛି । ଏହି କାରଣରୁ ଡିଆରଡିଓ ଔଷଧର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ।
ଚାହିଦା ବୃଦ୍ଧି
୧୦ ହଜାର ଡୋଜ୍ ସହିତ ଏହି ଔଷଧର ଲଞ୍ଚିଂ ହୋଇଥିଲା । ଏହାପରେ ଏହାର ଦ୍ୱିତୀୟ ବ୍ୟାଚ୍ ମେ’ ମାସ ଶେଷ ସୁଦ୍ଧା ରିଲିଜ୍ ପାଇବ ବୋଲି ଆଶା କରାଯାଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର 2DG ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ୩ରୁ ୪ଟି କମ୍ପାନୀକୁ ଅନୁମତି ଦେବା ପାଇଁ ବିଚାର ବିମର୍ଷ କରୁଛନ୍ତି । ସରକାରୀ ସୂତ୍ରରୁ କୁହାଯାଇଛି ଯେ, DRDOର ଔଷଧ ଲଞ୍ଚ ହେବା ପରଠାରୁ ଏହାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ରୋଗୀ ଏବଂ ସେମାନଙ୍କ ପରିଜନଙ୍କଠାରୁ ଏହି ଔଷଧ ପ୍ରତି ସକରାତ୍ମକ ଅନୁଭୂତି ସାମ୍ନାକୁ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-15_1626261749.jpg)