/odishatv-khabar/media/post_attachments/uploadimage/library/16_9/16_9_0/assembly-1-1_1626501593.jpg)
assembly-1
ଭୁବନେଶ୍ୱର : ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସରକାର। ବିଧାନସଭାରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ରଖି କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକତା।
Advertisment
ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାରେ ଘଟିଥିବା ୩ଟି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାର ୨ଟି ଓ ବାଲେଶ୍ୱର, ସୋର ଘଟଣାରେ ବି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ରେଡ୍ ଫ୍ଲାଗ୍ ବିବେଚିତ କରାଯାଇ ସ୍ୱତନ୍ତ୍ର ଓକିଲ ନିଯୁକ୍ତ କରାଯିବ।
୨୦୧୭ରେ ଦୁଷ୍କର୍ମ ମାମଲାରେ ଦଣ୍ଡବିଧାନ ହାର ୧୬.୯୦%କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି। ସମ୍ବଲପୁର କୋର୍ଟ ଭିତରେ ହତ୍ୟା ଘଟଣାରେ ବି ବିବୃତି ଦେଲେ ମନ୍ତ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)