Advertisment

ଆଜି ଖୋଲିପାରେ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ […]

author-image
Otv Khabar Bureau
ଆଜି ଖୋଲିପାରେ ରତ୍ନଭଣ୍ଡାର

jagannath temple

ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

Advertisment

ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ ୨୯ ତାରିଖରେ ଶୁଣାଣି କରାଯିବ। ତେବେ ନିର୍ଦ୍ଦେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବେ ଚିନ୍ତାରେ।

Advertisment

ଶ୍ରୀମନ୍ଦିର ଆଇନ ଅନୁସାରେ ରତ୍ନ ଭଣ୍ଡାରର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମାଗିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଭଣ୍ଡାର ଖୋଲିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଏପରିକି ଯଦି ଭଣ୍ଡାରର ବାସ୍ତବ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବ ତାହେଲେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସିନ୍ଧୁକକୁ କିଭଳି ସୁରକ୍ଷା ଦିଆଯିବ ତାହା ମଧ୍ୟ ପରବର୍ତ୍ତୀ ସମୟରେ ଆଇନ ମୁତାବକ ନିଷ୍ପତ୍ତି ନିଆଯିବ।

ତେବେ ନାଟମଣ୍ଡପ ମରାମତି ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ଚାହିଁଛି ମନ୍ଦିର ପ୍ରଶାସନ ଓ ଏଏସ୍ଆଇ। ଭଣ୍ଡାର ଘର ଦୁର୍ବଳ ଥିଲେ ପ୍ରଥମେ ତାର ମରାମତି ସାରିବା ପରେ ଯାଇ ନାଟମଣ୍ଡପ କାମ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।

Ratna Bhandar Puri Sri Mandir Sri Mandir Ratna Bhandar Sri Jagannath Temple
Advertisment
Advertisment